Latest Odisha News

BREAKING NEWS

ଶୁଟିଂ ସେଟରେ ମିଥୁନ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ ଖରାପ ହୋଇପଡିଥିଲା । କାଶ୍ମୀର ଫାଇଲ୍ସ ନାମକ ଏକ ୱେବ ଫିଲ୍ମ ସିରିଜର ଶୁଟିଂ ମସୁରୀରେ ଚାଲୁଥିବା ବେଳେ ମିଥୁନ ଅସୁସ୍ଥ ହୋଇ ପଡିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶୁଟିଂକୁ ଅଧାରୁ ବନ୍ଦ କରାଯାଇଥିଲା । ଡାକ୍ତରଙ୍କୁ ଖବର ଦିଆଯିବାରୁ ସେମାନେ ଶୁଟିଂ ସେଟକୁ ଆସି ମିଥୁନଙ୍କ ଚେକଅପ୍ କରିଥିଲେ ।

ଝାଡା ବାନ୍ତି ହେବା ଯୋଗୁ ସେ ଦୁର୍ବଳ ହୋଇ ପଡିଥିଲେ ।ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ମିଥୁନ ବଙ୍ଗାଳୀରୁ ଆରମ୍ଭ କରି ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡର ସେ ନିଜ ଦକ୍ଷତା ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

Leave A Reply

Your email address will not be published.