Latest Odisha News

BREAKING NEWS

ହାଇକୋର୍ଟରେ ଖାରଜ ହେଲା ବିଧାୟକ ବାବୁ ସିଂଙ୍କ ଆବେଦନ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ ।

ସପଟେ, ହାଇକୋର୍ଟରେ ଆଗକୁ ବଢ଼ିଛି କଣ୍ଟାବାଞ୍ଜି ଓ ପାଟଣାଗଡ଼ ନିର୍ବାଚନୀ ମାମଲା । ଉଭୟ ମାମଲାରେ ଆବେଦନକାରୀଙ୍କ ଆବେଦନ ଗ୍ରହଣ କରିଛନ୍ତି ହାଇକୋର୍ଟ । କଣ୍ଟାବାଞ୍ଜି ମାମଲାରେ ଭୋଟର ଗିରିରାଜ ସିଂଙ୍କ ଆବେଦନ ଗ୍ରହଣ କଲେ । ପାଟଣାଗଡ଼ ମାମଲାରେ ପରାଜିତ ପ୍ରାର୍ଥୀ ସରୋଜ ମେହେରଙ୍କ ଆବେଦନ ଗ୍ରହଣ କରିଛନ୍ତି କୋର୍ଟ ।

ଉଭୟ ମାମଲାରେ ଜିଲ୍ଲାପାଳଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ଦାଖଲ ନିର୍ଦ୍ଦେଶ । ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଦାୟର ହୋଇଛି ଉଭୟ ମାମଲା ।

Leave A Reply

Your email address will not be published.