Latest Odisha News

BREAKING NEWS

ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା ।

ସୂଚନା ଅନୁଯାୟୀ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି ।
ଗତ କିଛି ମାସ ହେଲାଣି ବିଷ୍ଣୁ ଦାସ ଅସୁସ୍ଥ ଅଛନ୍ତି । ଗତ ନିର୍ବାଚନ ବେଳେ ମଧ୍ୟ ସେ ଅସୁସ୍ଥ ଥିବାରୁ ପ୍ରଚାର ପାଇଁ ଆସି ନ ଥିଲେ ।

Leave A Reply

Your email address will not be published.