Latest Odisha News

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ଭିତରେ ଟିକାକରଣ ଶେଷ ହେବ । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ୧କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୫୩ ଲକ୍ଷ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଥିବା କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ମୋଟ ୫୪% ପ୍ରଥମ ଡୋଜ୍ ଟିକା ଦିଆଯାଇଛି । କୋଭିସିଲଡ୍ ୨୮ ଲକ୍ଷ ୫୪ ଓ ୪ ଲକ୍ଷ ୫୪ ହଜାର ଡୋଜ୍ କୋଭାକ୍ସିନ ଟିକା ମହଜୁଦ ରହିଛି । ଦ୍ୱିତୀୟ ଡୋଜ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି । ଶିକ୍ଷକ ଓ ଦ୍ୱିତୀୟ ଡୋଜ୍ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି ।

ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ । କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.