Latest Odisha News

BREAKING NEWS

ଆଜିଠୁ ୧୬ଟି ରୁଟରେ ଗଡ଼ିଲା ମୋ ବସ୍

ଭୁବନେଶ୍ୱର: ଦୀର୍ଘ ଦିନର ଲକଡାଉନ୍ ପରେ ଗଡ଼ିଲା ମୋ ବସ୍ । କଟକ, ଭୁବନେଶ୍ୱରର ବିଭିନ୍ନ ରୁଟରେ ଆଜିଠୁ ଆରମ୍ଭ ହୋଇଛି ମୋ ବସ୍ ସେବା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଟୁଇନ ସିଟି ରାଜରାସ୍ତାରେ ଗଡ଼ିବ ମୋ ବସ୍ । ବସ୍ ଭିତରେ କୌଣସି ଯାତ୍ରୀ ଠିଆ ହୋଇ ଯିବେ ନାହିଁ । ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ପରିବହନ ପାଇଁ ନିର୍ଦ୍ଦେଶ ରହିଛି ।

ଯାତ୍ରୀ ବସିବା ପୂର୍ବରୁ ମୋ ବସକୁ ସାନିଟାଇଜ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ମୋ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ । ୧୬ଟି ରୁଟରେ ୮୭ଟି ବସ ସେବା ଆରମ୍ଭ ହୋଇଛି । ସୋମବାର ଠାରୁ ଶୁକ୍ରବାର ଯାଏ ଯାତ୍ରୀଙ୍କୁ ମିଳିବ ମୋ ବସ୍ ସେବା ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା ମୋ ବସ୍ । ଏବେ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ମୋ ବସ୍ ଚଳାଚଳ ଆରମ୍ଭ କରିଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ।

Leave A Reply

Your email address will not be published.