Latest Odisha News

BREAKING NEWS

ମୋ କଲେଜ ଅଭିଯାନ: ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ସ୍କୁଲ ପରେ ମୋ କଲେଜ ଅଭିଯାନରେ ଝଲସିବ ରାଜ୍ୟର ବିଭିନ୍ନ କଲେଜ । ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କରାଯିବ । ଏଥିପାଇଁ ମୋ କଲେଜ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ରାଜ୍ୟର ୧୨ଟି ମହାବିଦ୍ୟାଳୟ ଓ ୨ଟି ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କାମ କରାଯିବ ।

ମୋ କଲେଜ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କ ପାଖରୁ ଯେତିକି ଅର୍ଥ ସଂଗ୍ରହ ହୋଇଛି ତାର ଦୁଇ ଗୁଣା ଅର୍ଥ ସରକାର ମ୍ୟାଚିଂ ଗ୍ରାଣ୍ଟ ଦେଇଛନ୍ତି । ଗତକାଲି ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫-ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ଟି କଲେଜର ରୂପାନ୍ତରଣ କାମ କରାଯିବ । ଅତ୍ୟାଧୁନିକ କ୍ୟାମ୍ପସ୍ ଓ କ୍ଲାସରୁମର ବିକାଶ କରାଯାଇ ଉନ୍ନତ ଶିକ୍ଷାଦାନ କରାଯିବ । ଏହାଦ୍ୱାରା ରାଜ୍ୟର ୩୦ ହଜାରରୁ ଅଧିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ କଲେଜ ଜୀବନ କଥା ମନେ ପକାଇଥିଲେ । ସେ କହିଥିଲେ କଲେଜ ଛାତ୍ର ସମୟ ଜୀବନର ସ୍ୱର୍ଣ୍ଣିମ ମୁହୂର୍ତ୍ତ । ସେତେବେଳର ସମୟ ସ୍ୱପ୍ନ, ସଂଘର୍ଷ ଓ ସମ୍ଭାବନାର ଥିଲା । ବିଦ୍ୟାଳୟ ରୂପାନ୍ତିକରଣର ସଫଳତା ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ ପାଇଁ ପ୍ରେରଣା ଦେଇଥିଲା । ମୋ କଲେଜ ଅଭିଯାନରେ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅର୍ଥ ଦାନ କରିଥିବା ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.