Latest Odisha News

BREAKING NEWS

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହାତ୍ମା ଗାନ୍ଧି ମାର୍ଗରେ ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମାରୋହରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ୍ ଫୋର୍ସ୍ ମୁତୟନ କରାଯାଇଛି ।

Odisha Governor Ganeshi Lal unfurls the national flag on RepublicDay.

କୋଭିଡ୍ କଟକଣା ପାଇଁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସର୍ବସାଧାରଣଙ୍କୁ ସାମିଲ୍ କରାଯାଇନାହିଁ । ଆୟୋଜିତ ପରେଡରେ କେବଳ ପୋଲିସ ଭାଗ ନେଇଛି । ଗାନ୍ଧି ମାର୍ଗକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି । ଗାଇଡଲାଇନ୍ ଅନୁସାରେ ପରେଡରେ କେବଳ ପୋଲିସ ଫୋର୍ସ ଭାଗ ନେଇଛି । ଚଳିତଥରେ ପରେଡରେ ଏନସିସି କ୍ୟାଡେଟ୍ ଓ ସ୍କୁଲ୍ ଛାତ୍ରଛାତ୍ରୀ ସାମିଲ୍ ହୋଇନାହାଁନ୍ତି । କରୋନା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇନାହିଁ ।

Leave A Reply

Your email address will not be published.