Latest Odisha News

କେନ୍ଦ୍ରାପଡ଼ାର ଏହି ଚାଷୀଙ୍କୁ ଜାଣନ୍ତୁ; ମୋବାଇଲ୍ ପରାମର୍ଶରୁ କିପରି କରୁଛନ୍ତି ପ୍ରଚୁର ଫସଲ ଅମଳ !

କେନ୍ଦ୍ରାପଡ଼ା: ଏବେ ହାଇ-ଟେକ୍ ର ଯୁଗ । ଯଦି ସବୁକିଛି ଏହି ହାଇ-ଟେକ୍ ଯୁଗରେ ସମ୍ଭବ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାର ଉପଯୋଗ କରାଯାଇପାରିବ ନାହିଁ? ଏବେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ହୋଇ ପାଣିପାଗର ପୂର୍ବାନୁମାନ କରାଯାଇ ପାରୁଛି । ଉନ୍ନତ ଜ୍ଞାନ କୌଶଳର ଉପଯୋଗରେ ଚାଷରେ ଅଦ୍ଭୁତ ଲାଭ ମିଳିପାରୁଥିବା ବେଳେ ଚାଷୀମାନେ କ୍ଷତି ସହିବାରୁ ତ୍ରାହି ପାଉଛନ୍ତି । ପ୍ରଚୁର ରୋଜଗାର ମଧ୍ୟ କରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରଜ ବହକୁଦା ଗ୍ରାମର ଏହିପରି ଜଣେ ସଫଳ ଚାଷୀ ହେଲେ ସୁକାନ୍ତ ମହାନ୍ତି (୩୪) । ସେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ କରି ବେଶ୍ ଭଲ ଚାଷ ଅମଳ କରିପାରୁଛନ୍ତି ଏବଂ ଏହାସହିତ ମଧ୍ୟ ପ୍ରଚୁର ଉପାର୍ଜନ କରିପାରୁଛନ୍ତି ।

ସୁକାନ୍ତ ଜଣେ କୃଷି ପରିବାରର ସନ୍ତାନ ଏବଂ ସେ ମଧ୍ୟ ବିଜ୍ଞାନର ଗ୍ରାଜୁଏଟ । ତାଙ୍କର ସାରା ପରିବାର କୃଷି ଉପରେ ନିର୍ଭର କରିଥାଆନ୍ତି ।

“ମୋର ୬ ଏକର ଚାଷ ଉପଯୋଗୀ ଜମି ଥିଲା । ମୁଁ ଏଥିରେ ଧାନ ଚାଷ କରିବା ସହିତ ବାଇଗଣ, ଲଙ୍କା, କାକୁଡ଼ି ଓ କଲରା ମଧ୍ୟ ଚାଷ କରୁଥିଲି । ମୁଁ ସବୁବେଳେ ଚାଷର ଉତ୍ପାଦନ ବୃଦ୍ଧି କରିବା ସହିତ ଉପାର୍ଜନ ବଢାଇବାକୁ ସବୁବେଳେ ଚେଷ୍ଟା କରୁଥିଲି । ମାତ୍ର, କୀଟ ଓ ପୋକଙ୍କ ଦାଉରୁ ବର୍ତ୍ତି ପାରୁନଥିଲି, ତେଣୁ ଚାଷରେ ସବୁବେଳେ ଅନେକ କ୍ଷତି ହେଉଥିଲା । ଯାହାକି ଅଧିକ ଅମଳ ଓ ଉପାର୍ଜନରେ ବାଧକ ସାଜିଥିଲା,” ବୋଲି ସୁକାନ୍ତ କହନ୍ତି ।

“ପ୍ରକୃତରେ ଅଧିକ ଧାନ ଅମଳ ଲାଗି ସାର ଓ କୀଟନାଶକର ସଠିକ୍ ପ୍ରୟୋଗ ଆବଶ୍ୟକ । କାରଣ ଫସଲରେ ରୋଗ ଧରିଲେ କ୍ଷତି ଅବଶ୍ୟମ୍ଭାବୀ । ଯାହାବି ହେଉ ମୁଁ ଉପଯୁକ୍ତ ସମୟରେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଏକ ଭଏସ ଏସଏମଏସ ପାଇଲି । ସେହି ଟୋଲ୍ ଫ୍ରି ନମ୍ବର ଥିଲା – ୧୮୦୦-୪୧୯-୮୮୦୦ । ଏହା ପ୍ରକୃତରେ ଅଡ଼ିଓ ଏବଂ ମଲଟି ଲୋକେସନ ଅଡ଼ିସନ କନଫରେନ୍ସ ପ୍ରୋଗ୍ରାମ । ମୁଁ ରିଲାଏନ୍ସ ଫାଉଣ୍ଡେସନ ଟେକ୍ନୋଲୋଜି ପ୍ଲାଟଫର୍ମରେ ୨୦୧୭ ମସିହାରୁ ଜଡ଼ିତ ରହିହ ବିଭିନ୍ନ କୃଷି ସମ୍ପର୍କୀତ ପରାମର୍ଶ ଗ୍ରହଣ କରି ବିଶେଷ ଉପକୃତ ହୋଇପାରୁଛି,” ବୋଲି ସଫଳ ଚାଷୀ ସୁକାନ୍ତ କହିଛନ୍ତି ।

ସୁକାନ୍ତ କିଛିଦିନ ତଳର ଅନୁଭୁତି ସମ୍ପର୍କରେ କହିଛନ୍ତି, ମୁଁ ଏକ ଏକର ଚାଷଜମିରେ କାକୁଡ଼ି ଏବଂ କଲରା ଲଗାଇଥିଲି । ଯେତେବେଳେ ଚାରା ଗୁଡ଼ିକରେ ଫୁଲ ଧରିବାକୁ ଆରମ୍ଭ କଲା ଏବଂ ଫଳ ଫଳିଲା ସେତେବେଳେ ଅସମ୍ଭବ ଭାବେ ଧଳା ମାଛି ଗଛ ନଷ୍ଟ କରିବାକୁ ଲାଗିଲେ । ମୁଁ ସେତେବେଳେ ଭଲ ଅମଳର ଆଶା ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଇଥିଲି ଏବଂ ନିରୁପାୟ ହୋଇ ରିଲାଏନ୍ସ ଫାଉଣ୍ଡେସନକୁ ଫୋନ କରିଥିଲି । ରିଲାଏନ୍ସ ଫାଉଣ୍ଡେସନର ସେହି ଟୋଲ୍ ଫ୍ରି ନମ୍ବର– ୧୮୦୦-୪୧୯-୮୮୦୦ କୁ ଫୋନ କଲି । ରିଲାଏନ୍ସ ଫାଉଣ୍ଡେସନର କୃଷିବିତଙ୍କ ସହିତ ମୋର ଚାଷ ସମ୍ପର୍କୀତ ସମସ୍ତ ସମସ୍ୟା ଜଣାଇଲି । ସେମାନେ ମୋତେ ଲିମ୍ବ ପେଷ୍ଟ୍ ଉପଯୋଗ କରିବାକୁ ପରାମର୍ଶ ଦେଲେ ତଥା ଏହା କେଉଁଠି ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ ସେସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କଲେ । ମୁଁ କୃଷି ବୈଜ୍ଞାନିକମାନଙ୍କ ଉଚିତ୍ ପରାମର୍ଶ ଅନୁଯାୟୀ ଲିମ୍ବ ପେଷ୍ଟ୍ ଚାଷରେ ଉପଯୋଗ କରିବା ଦ୍ୱାରା ସେହି ଧଳା ମାଛି ଆଉ ଲାଗିଲେ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ୧୫ ଲିଟର୍ ପାଣିରେ ମାତ୍ର ୫ ମିଲିଗ୍ରାମ ପେଷ୍ଟ ଉପଯୋଗ କଲି । ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଏହା ଉପଯୋଗ କରିବା ପରେ କେବଳ ଧଳା ମାଛି ନୁହେଁ ବିଭିନ୍ନ ପୋକ ମଧ୍ୟ ଆଉ ଗଛରେ ଧରିଲେ ନାହିଁ ।

“ଗତବର୍ଷ କେବଳ କାକୁଡ଼ି ଚାଷରୁ ମୁଁ ଅଧିକ ୪୦,୦୦୦ ଟଙ୍କା ଉପାର୍ଜନ କରିପାରିଲି । ଏହି ଅଧିକ ଉପାର୍ଜନରେ ମୁଁ ଚାଷଜମିକୁ ଭଲ ଭାବେ କଷଣ କରିବା ସହିତ ମାଟି ପକାଇ ଅଧିକ ଉନ୍ନତ କଲି । ସବୁବେଳେ ବର୍ଷା ସମୟରେ ପାଣି ଜମି ରହୁଥିଲା ଯାହାକି ଚାଷରେ ବହୁତ ବାଧା ସୃଷ୍ଟି କରୁଥିଲା । ଏବେ ମୁଁ ଠିକ୍ ଭାବେ ଆରମରେ ଚାଷ କରିପାରୁଛି । ମୁଁ ଏବେ ବେଶ୍ ଆନନ୍ଦିତ । ଚାଷ କାର୍ଯ୍ୟକୁ ମୁଁ ପ୍ରକୃତରେ ଉପଭୋଗ କରିପାରୁଛି । ଏସବୁର ଶ୍ରେୟ ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ଦେବାକୁ ଚାହେଁ । ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ଅଜସ୍ର ଧନ୍ୟବାଦ ଜଣାଉଛି,” ଅତ୍ୟନ୍ତ ଆନନ୍ଦର ସହିତ କହିଛନ୍ତି କେନ୍ଦ୍ରାପଡ଼ାର ଏହି ସଫଳ ଚାଷୀ ସୁକାନ୍ତ ।

ପୂର୍ବରୁ ମୁଁ ଧାନଚାଷ ସହିତ କେବଳ ବାଇଗଣ ଚାଷ କରୁଥିଲି । ମାତ୍ର କମଶଃ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଅନେକ ମୋବାଇଲ୍ ପରାମର୍ଶ ଗ୍ରହଣ କରି ଏବେ ପରିବା ଚାଷରେ ଅଧିକ ପରିବା ଫସଲ ବଢାଇପାରିଛି । ଏବେ ଧାନ ଓ ବାଇଗଣ ସହିତ ଟମାଟୋ, ଲଙ୍କା, କାକୁଡ଼ି, କଲରା ଏବଂ କଖାରୁ ପରି ଅନେକ ପରିବା ମଧ୍ୟ ଚାଷ କରିପାରୁଛି । ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ମୁଁ ଯେ କେବଳ ମୋର ଉପାର୍ଜନ ବୃଦ୍ଧି କରିପାରିଛି ତାହା ନୁହେଁ ବରଂ ମୋ ପରିବାରରେ ପୋଷଣ ତତ୍ୱକୁ ବଢାଇ ପାରିଛି ଯାହାଦ୍ୱାରା କି ପୂର୍ବରୁ ପରିବାରରେ ଯେଉଁ ଖାଦ୍ୟ ସମସ୍ୟା ରହିଥିଲା ତାହା ମଧ୍ୟ ଦୁରେଇ ଯାଇଛି ।

ରିଲାଏନ୍ସ ଫାଉଣ୍ଡେସନ ଉପରେ ମୋର ଅଧିକ ବିଶ୍ୱାସ ରହିଛି । ଆଜି ପର୍ଯ୍ୟନ୍ତ ମୁଁ ସେଠାରୁ କେବେବି ନିରାଶ ହୋଇନାହିଁ । ଯେଉଁ ସମୟରେ ଯେଭଳି ସମସ୍ୟା ହୋଇଛି ଫୋନ କଲ କରି ପରାମର୍ଶ ମାଗିଛି ଏବଂ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉପଯୁକ୍ତ ପରାମର୍ଶ ପାଇ ତୁରନ୍ତ ଚାଷକାର୍ଯରେ ଉପଯୋଗ କରିଛି । କେବଳ ମୁଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ୍ ଫ୍ରି ନମ୍ବରରୁ ଉପଯୋଗ ପାଇପାରୁନାହିଁ, ମୁଁ ଏସମ୍ପର୍କରେ ଆଖପାଖ ଗ୍ରାମର ଅନେକ ଚାଷୀଙ୍କୁ ମୋ ସଫଳତା କଥା କହିବା ପରେ ସେମାନେ ମଧ୍ୟ ରିଲାଏନ୍ସ ଫାଉଣ୍ଡେସନର ଟୋଲ ଫ୍ରି ନମ୍ବର ୧୮୦୦-୪୧୯-୮୮୦୦ କୁ ଫୋନ କରି ଆବଶ୍ୟକୀୟ କୃଷି ପରାମର୍ଶ ପାଇପାରୁଛନ୍ତି ।

ମୁଁ ଏବେ ବହୁତ ଖୁସି ତଥା ଆନନ୍ଦିତ । କୌଣସି ଚାକିରି ନ’କରି ମଧ୍ୟ ମୁଁ କେବଳ ଚାଷକାର୍ଯ୍ୟରୁ ଅଧିକ ଉପାର୍ଜନ କରି ସାରା ପରିବାର ପୋଷଣ କରିପାରୁଛି । ମୁଁ ଆତ୍ମନିର୍ଭରଶୀଳ ହେବା ଫଳରେ ଚାଷରେ ଅଧିକ ଉପାର୍ଜନ କରିବାକୁ ମନୋବଳ ବୃଦ୍ଧି ହୋଇପାରୁଛି । ଭବିଷ୍ୟତରେ ମୁଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଅଧିକ ପରାମର୍ଶ ଗ୍ରହଣ କରି ଅଧିକ ଉପାର୍ଜନ କରିପାରିବି ବୋଲି ଆଶା ରଖିଛି, ବୋଲି କହିଛନ୍ତି ସଫଳ ଚାଷୀ ସୁକାନ୍ତ ।

Leave A Reply

Your email address will not be published.