Latest Odisha News

BREAKING NEWS

ଖୁବଶୀଘ୍ର ଜେଲରେ ଲାଗିବ ମୋବାଇଲ୍ ଡିଟେକ୍ଟର

କଟକ: ଦୁର୍ଦ୍ଦାନ୍ତ ଅପରାଧି ମହମ୍ମଦ ସକିଲ୍ ଓ ତା’ର ଦୁଇ ଗର୍ଲଫ୍ରେଣ୍ଡ ଗିରଫ ହୋଇ ବର୍ତ୍ତମାନ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବାବେଳେ ଓଡିଶା ପୋଲିସ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଜେଲରେ ମୋବାଇଲ୍ ଡିଟେକ୍ଟର ଲଗାଇବା ନେଇ ନିଷ୍ପତ୍ତି ନେଇଛି।

ଜେଲ୍, ଡିଜି ସନ୍ତୋଷ ଉପାଧ୍ୟାୟ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଜେଲ୍ ମଧ୍ୟରୁ ପରିଚାଳିତ ହେଉଥିବା ଅପରାଧ ନେଟୱର୍କକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି”।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୯୧ ଜେଲରେ ୩୦୦ ମୋବାଇଲ୍ ଡିଟେକ୍ଟର ଲଗାଯିବ । ଏହାବ୍ୟତିତ ଜେଲରେ ରହୁଥିବା ଅପରାଧୀ ମାନଙ୍କ ସଂଖ୍ୟାକୁ ଦେଖି ଏହି ମୋବାଇଲ୍ ଡିଟେକ୍ଟର ମେସିନ୍ ଦିଆଯିବ ।

ଏହାବ୍ୟତିତ ଚୌଦ୍ୱାର ଜେଲରେ ସକିଲ୍ ଭଳି ଦୁର୍ଦ୍ଦାନ୍ତ ଅପରାଧି ରହୁଥିବା ଯୋଗୁଁ ଜେଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏବେ କର୍ମଚାରୀମାନେ ଜେଲ୍ ମଧ୍ୟରେ ମୋବାଇଲ୍ ବ୍ୟବହାର କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

“ଜେଲ୍ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ କର୍ମଚାରୀମାନେ ନିଜ ନିଜର ମୋବାଇଲ୍ ଫୋନକୁ ଜେଲର ମୁଖ୍ୟଦ୍ୱାରରେ ଥିବା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିବେ” ବୋଲି ଡିଜି ପ୍ରକାଶ କରିଛନ୍ତି ।

Comments are closed.