Latest Odisha News

BREAKING NEWS

କୃଷକ ମହାପଂଚାୟତ ପୂର୍ବରୁ ବନ୍ଦ କରାଗଲା ଇଂଟରନେଟ ସେବା

ହରିୟାଣା: କୃଷକଙ୍କ ମହାପଂଚାୟତ ପୂର୍ବରୁ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ଏଠାରେ ଇଂଟେରନେଟ ସେବା ବନ୍ଦ କରି ଦିଆଯାଇଛି । କୃଷକମାନେ ମହାସମାବେଶ କରିବା ସହ ସଚିବାଳୟକୁ ଘେରାଉ କରିବା ଯୋଜନାରେ ରହିଛନ୍ତି । କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥ ଅଂଚଳରେ ୧୪୪ ଧାରା ଲାଗୁ କରାଯିବା ସହ ୨୪ ଘଂଟା ପାଇଁ ଇଂଟରନେଟ ସେବା ଠପ୍ପ କରି ଦିଆଯାଇଛି । ୫ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ପ୍ରଶଂସାନ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ।

BjdElectrycity

ଅଗଷ୍ଟ ୨୮ରେ କୃଷକମାନଙ୍କ ଉପରେ ହୋଇଥିବା ଲାଠିମାଡ ପ୍ରତିବାଦରେ ସଂଯୁକ୍ତ କିସାନ ମୋର୍ଚ୍ଚା ଏହି ସମାବେଶର ଡାକରା ଦେଇଛି । ଲାଠିମାଡରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ନିହତ ହୋଇଥିଲେ । ୪୦ କମ୍ପାନୀ ଅତିରିକ୍ତ ଫୋର୍ସ, ୫ ଏସପି ପାହ୍ୟା ଅଧିକାରୀ ଓ ୨୫ ଡିଏସପିଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.