Latest Odisha News

BREAKING NEWS

୧୨ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କଲା ମଡର୍ଣ୍ଣା

ନ୍ୟୁୟର୍କ: ୬ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି ମଡର୍ଣ୍ଣା । ପ୍ରଥମ ଫାର୍ମା କମ୍ପାନୀ ଭାବେ ଆମେରିକାରେ ମଡର୍ଣ୍ଣା ଛୁଆଙ୍କ ଉପରେ କୋଭିଡ୍ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛି । ଆମେରିକା ସହ କାନାଡ଼ାରେ ମଧ୍ୟ ମଡର୍ଣ୍ଣା ୬ ହଜାର ୭୫୦ ସୁସ୍ଥ ଛୁଆଙ୍କ ଉପରେ ଭ୍ୟାକ୍ସିନ୍ ପରୀକ୍ଷଣ କରିବ । ଏହା ପୂର୍ବରୁ କମ୍ପାନୀ ୧୨ରୁ ୧୭ ବର୍ଷର ପିଲାଙ୍କ ଉପରେ ଭ୍ୟାକ୍ସିନ୍ ପରୀକ୍ଷଣ କରିଥିବା ବେଳେ ତା’ର ତଥ୍ୟ ଜାରି କରାଯାଇ ନାହିଁ ।

ଅଧ୍ୟୟନକାରୀ ଛୋଟ ଛୁଆଙ୍କ ଠାରେ ଭ୍ୟାକ୍ସିନର ରେସପନ୍ସ କଣ ରହୁଛି ଜାଣିବାକୁ ଚାହୁଁଛନ୍ତି । ଏହି ପରୀକ୍ଷଣରେ ସାମିଲ୍ ପ୍ରତି ଛୁଆଙ୍କୁ ୨୮ ଦିନ ବ୍ୟବଧାନରେ ୨ ଡୋଜ୍ ଦିଆଯିବ । ଯେମିତି ଏବେ ବୟସ୍କଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ଦିଆଯାଉଛି । କମ୍ପାନୀ ଏହି ପରୀକ୍ଷଣ ୨ଟି ଭାଗରେ କରୁଛି । ପ୍ରଥମ ଭାଗରେ ୨ରୁ ୧୨ ବର୍ଷ ବୟସ୍କ ଛୁଆଙ୍କୁ ୨ ଡୋଜ୍ ଭ୍ୟାକ୍ସିନ୍ ଦିଆଯିବ ।

ପ୍ରତି ଡୋଜ୍ ୫୦ ଅଥବା ୧୦୦ ମାଇକ୍ରୋଗ୍ରାମର ହେବ । ୨ ବର୍ଷରୁ କମ୍ ବୟସର ଛୁଆଙ୍କୁ ୨୫, ୫୦ ଅଥବା ୧୦୦ ମାଇକ୍ରୋଗ୍ରାମର ଡୋଜ୍ ଦିଆଯାଇପାରେ । ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ପୂର୍ବରୁ ଦିଆଯାଇଥିବା ଟିକା ଅନୁସାରେ ଡୋଜ୍ ଦିଆଯିବ । ଟିକାକରଣ ପରେ ଅଧ୍ୟୟନକାରୀ ଏକବର୍ଷ ଯାଏ ଟିକା ନେଇଥିବା ଛୁଆଙ୍କ ଉପରେ ନଜର ରଖିବେ । ଏହା ପରେ ହିଁ ବିଶ୍ଲେଷଣ କରାଯିବ ସବୁ ଗ୍ରୁପ୍ ପାଇଁ ସବୁଠୁ ଭଲ ଡୋଜ୍ କେଉଁଟି ।
ବୟସ୍କଙ୍କ ତୁଳନାରେ କରୋନା ଅଥବା ଅନ୍ୟ ଗମ୍ଭୀର ରୋଗରେ ମୃତ୍ୟୁ ବହୁତ କମ୍ । ତେବେ, ଅନ୍ୟ ଭାଇରସ୍ ପ୍ରସାର ପାଇଁ ଛୁଆଙ୍କ ଠାରେ କ୍ଷମତା ଅଛି । ବିଶେଷଜ୍ଞଙ୍କ ଅନୁସାରେ, ଏହି ବର୍ଗର ଟିକାକରଣ ଜରୁରୀ ଅଟେ ।

Leave A Reply

Your email address will not be published.