Latest Odisha News

BREAKING NEWS

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ଦେଶରେ ୨୮ହଜାର ପଜିଟିଭ୍, ୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଇବା ଆରମ୍ଭ କରିଛି ମହାମାରୀ । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୪ହଜାର ୪୯୨ । ଦୈନିକ ସଂକ୍ରମଣ ବଢୁଥିବାରୁ କଡ଼ାକଡ଼ି ହେଲାଣି କଟକଣା ।

ସେହିପରି ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତକାଲି ୧୩୧ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୮୮ ହୋଇଛି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୯ହଜାର ୪୪ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୪ଲକ୍ଷ ୩୮ହଜାର ୭୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ହଜାର ୭୪୧ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୧୦ଲକ୍ଷ ୪୫ହଜାର ୨୮୪ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍ କେସ୍ ୨ଲକ୍ଷ ୩୪ହଜାର ୪୦୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.