Latest Odisha News

BREAKING NEWS

ଆଉ ୩ ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍ ଓ ରାସନ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୦୦ରୁ କମ କର୍ମଚାରୀ ଥିବା କମ୍ପାନୀର କର୍ମଚାରୀଙ୍କ ତିନି ମାସର ଇପିଏଫ ପଇସା ସରକାରଙ୍କ ପକ୍ଷରୁ ପୈଠ କରାଯିବାକୁ ନିର୍ଣ୍ଣୟ ନିଆଯାଇଛି। ସେହିପରି ଉଜ୍ଜ୍ଵଳା ଯୋଜନାର ଉପଭୋକ୍ତାଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ଗ୍ୟାସ୍‌ର ଅବଧିକୁ ଆହୁରି ତିନି ମାସ ବଢାଇ ଦିଆଯାଇଛି। ନଭେମ୍ବର ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ଯୋଗାଇ ଦିଆଯିବ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା ହୋଇଥିଲା। ଆଜି ମନ୍ତ୍ରିମଣ୍ଡଳରେ ଏହା ଉପରେ ମୋହର ବାଜିଛି। ଜୁଲାଇଠୁ ନେଇ ନଭେମ୍ବର ପର୍ଯ୍ୟନ୍ତ ପାଞ୍ଚ ମାସ ଏହି ଯୋଜନା ଜାରି ରହିବ। ୮୧ କୋଟି ଲୋକଙ୍କୁ ପ୍ରତି ବ୍ୟକ୍ତି ପିଛା ୫ କିଲୋ ଚାଉଳ/ଗହମ ଏବଂ ଏକ କିଲୋ ଚଣା ପ୍ରତି ମାସରେ ମିଳିବ। ସେ କହିଛନ୍ତି, ଗତ ତିନି ମାସରେ ୧.୨୦ କୋଟି ଖାଦ୍ୟ ଶସ୍ୟ ଉପଭୋକ୍ତାଙ୍କୁ  ବିତରଣ କରାଯାଇଛି। ଏହି ପରି ପାଞ୍ଚ ମାସରେ ୨.୦୩ କୋଟି ଖାଦ୍ୟଶସ୍ୟ ଲାଭାର୍ଥୀଙ୍କୁ ବଣ୍ଟନ କରାଯିବ।

Comments are closed.