Latest Odisha News

BREAKING NEWS

କାଠଯୋଡି ନଦୀକୁ ଡେଇଁଲେ ମା’-ଝିଅ, ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ତ୍ରିଶୁଳିଆ ବ୍ରିଜରୁ କାଠଯୋଡି ନଦୀକୁ ମା’-ଝିଅ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେତୁ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ଏଭଳି ପଦକ୍ଷପ ନେଇଥିଲେ । ସ୍ଥାନୀୟ ପୁଲିସ ସହ ୧୦-୧୨ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳ‌ରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ ।

ପ୍ରାୟ ଘଣ୍ଟାକ ପରେ ଦୁହିଁଙ୍କୁ ଜୀବିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଯିବ । ତେବେ ଦୁହେଁ କାହିଁକି ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଇଥିଲେ ତାହା ସାମ୍ନାକୁ ଆସିପାରି ନାହିଁ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିଥିବା ମା’-ଝିଅ ପ୍ରଥମେ ସୁବାସ ବୋଷ ସେତୁ ଉପରେ ଠିଆ ହୋଇ କିଛି ସମୟ କଥା ହୋଇଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ପରେ ଦୁହେଁ କାଠଯୋଡ଼ି ନଦୀଙ୍କୁ ଡ଼େଇଁ ପଡ଼ିଥିଲେ ।

Leave A Reply

Your email address will not be published.