Latest Odisha News

BREAKING NEWS

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ କମ୍ପାନି, ସ୍ଥାନୀୟ ପ୍ରଡକ୍ଟ ବା ଉତ୍ପାଦ ଏହି ଅସମୟରେ ହିଁ ସହାୟ ହୋଇଥିବା ସେ କହିଛନ୍ତି ।

ଦେଶକୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦେଇ ଭାରତରେ ସ୍ଥାନୀୟ ଉତ୍ପାଦନ ବା ମାନୁଫ୍ୟାକ୍‌ଚରିଂ, ସ୍ଥାନୀୟ ବଜାର ଓ ସ୍ଥାନୀୟ ଯୋଗାଣକୁ ସୁଦୃଢ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

କରୋନା ବିପର୍ଯ୍ୟୟ ସମୟରେ ଦେଶର ସମସ୍ତ ଆବଶ୍ୟକତା ଓ ଚାହିଦା ସ୍ଥାନୀୟ ସୂତ୍ରରୁ ହିଁ ହୋଇପାରିଥିବା ସେ କହିଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଆମେ ସ୍ଥାନୀୟ ଜିନିଷ ବା ଉତ୍ପାଦକୁ ସପକ୍ଷରେ ଆମ ସ୍ୱରକୁ ସୁଦୃଢ କରିବା ଏବଂ ଏଗୁଡିକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ ହେବାରେ ସହାୟକ ହେବା ।

ଏହି ସମ୍ପର୍କରେ ସେ ଖଦୀ ଉଦ୍ୟୋଗ ଓ ଯୋଗର ଉଦାହରଣ ଦେଇଥିଲେ । ପ୍ରଚାର ପ୍ରସାର ପରେ ଖଦୀର ଚାହିଦା ବଢି ଏହା ବିଶ୍ୱସ୍ତରରେ ପରିଚୟ ହାସଲ କରିଥିବା ବେଳେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲୋକାଲ ବା ସ୍ଥାନୀୟ ଜିନିଷର ଗ୍ଲୋବାଲ ଡିମାଣ୍ଡ ର ପରିଚାୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.