Latest Odisha News

BREAKING NEWS

ଚାଷୀ ଓ ଚାଷକୁ ଅଧିକ ଅଗ୍ରାଧିକାର ଦେଇଛନ୍ତି ମୋଦି ସରକାର: ମନମୋହନ ସାମଲ

ଭୁବନେଶ୍ୱର:ଚାଷୀ ଓ ଚାଷ ଉପରେ ମୋଦି ସରକାର ସବୁଠାରୁ ବେଶି ଗୁରୁତ୍ୱ ଦେଉଛନ୍ତି । ଚାଷୀଙ୍କ ବିକାଶ ପାଇଁ ଅଧିକ ଯୋଜନା କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  ସେହିପରି ଗୋବର୍ଦ୍ଧନ ଯୋଜନାରେ ଚାଷୀଙ୍କ ପାଇଁ  ଆହୁରି ୧୪୫୧କୋଟି ଟଙ୍କା ମୋଦି ସରକାର ଖର୍ଚ୍ଚ କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେତିକି ନୁହେଁ, ମୃର୍ତିକାର ସଲଫର ଅଭାବ ଦୂର କରିବା ପାଇଁ ଚାଷୀଙ୍କୁ ଦିଆଯିବ ସଲଫର କୋଟେଡ ୟୁରିଆ (ୟୁରିଆ ଗୋଲ୍ଡ) । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବା ସହ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି । କେନ୍ଦ୍ର ସରକାର ୨୦୧୪-୧୫ ରେ ଉର୍ବରକ ସବସିଡି ପାଇଁ ୭୩,୦୬୭ କୋଟି ବହନ କରିଥିବାବେଳେ ୨୦୨୨-୨୩ରେ ୨,୫୪,୭୯୯ କୋଟି ଖର୍ଚ୍ଚ ଟଙ୍କା ବହନ କରିଛନ୍ତି ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

ଏହା  ସ୍ୱାଗତଯୋଗ୍ୟ  ପଦକ୍ଷେପ ପାଇଁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ମନମୋନହ କହିଛନ୍ତି, ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀମାନଙ୍କର ଭାର ଲାଘବ କରିବା ପାଇଁ କେନ୍ଦ୍ର ସରକାର ଅନବରତ ଚେଷ୍ଟା ଜାରି ରଖିଥିବାରୁ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିକଟରେ ଆସି ପଡିରହୁଛି ।  ଲୋକଙ୍କ ନିକଟରେ ଏହା ପହଁଚି ପାରୁନାହିଁ । କୃଷି ଓ ସମବାୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ ରାଜ୍ୟ ସରକାର ସଠିକ୍ ବ୍ୟବହାର କରନ୍ତୁ ବୋଲି ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।

 

Leave A Reply

Your email address will not be published.