Latest Odisha News

ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଲା ରେଳ, ଧର୍ମେନ୍ଦ୍ର ହରାଇଲେ ପେଟ୍ରୋଲିୟମ

ନୂଆଦିଲ୍ଲୀ : ଗଠନ ହୋଇଛି ମୋଦିଙ୍କ ନୂଆ କ୍ୟାବିନେଟ୍ । ସ୍ଥାନ ପାଇଛନ୍ତି ଅନେକ ଚେହେରା । ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଅଶ୍ବନୀ ବୈଷ୍ଣବଙ୍କୁ ଦିଆଯାଇଛି ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ବ । ପୂର୍ବରୁ ପୀୟୁଷ ଗୋଏଲଙ୍କ ପାଖରେ ରେଳ ମନ୍ତ୍ରାଳୟ ଥିଲା । ସେହିପରି ନୂଆ କରି ଗଠନ ହୋଇଥିବା ମିନିଷ୍ଟ୍ରୀ ଅଫ୍ କୋଅପରେସନର ଦାୟିତ୍ୱ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଛି ।

BjdElectrycity

ସେହିପରି ନୀତିନ ଗଡକରୀଙ୍କୁ ସଡ଼କ ଓ ପରିବହନ ବିଭାଗ ଦାୟତ୍ବ ମିଳିଥିବା ବେଳେ, ନିର୍ମଳା ସୀତାରମଣଙ୍କ ହାତରେ ପୂର୍ବପରି ଅର୍ଥବିଭାଗ ଦାୟିତ୍ବ ରହିଛି । ପୀୟୂଷ ଗୋୟେଲଙ୍କ ପାଖରେ ଥିବା ରେଳ ବିଭାଗକୁ କାଢ଼ି ନିଆଯାଇ ଟେକ୍ସଟାଇଲ୍ ମନ୍ତ୍ରାଳୟ ଦିଆଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ହାତରେ ଥିବା ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ବିଭାଗକୁ ଛଡାଇ ନିଆଯାଇଛି । ମୋଦି କ୍ୟାବିନେଟରେ ପେଟ୍ରୋଲିୟମ ବିଭାଗରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି ।

ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ବିଭାଗ ହରଦୀପ ସିଂ ପୁରୀଙ୍କ ପାଖରେ ଥିଲା । ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହେବା ପରେ ହରଦୀପ ସିଂହ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଥିବା ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି ।

ପ୍ରହ୍ଲାଦ ଯୋଶୀଙ୍କୁ କୋଇଲା ଓ ଖଣି ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିବା ବେଳେ, ନାରାୟଣ ରାଣେଙ୍କୁ ଏମଏସଏମଇ ବିଭାଗ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଆୟୁଷ, ବନ୍ଦର, ଜାହାଜ ପରିବହନ ଦାୟିତ୍ୱ, ମୟୂରଭଞ୍ଚର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସେହିପରି କିରଣ ରିଜଜୁଙ୍କୁ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.