Latest Odisha News

BREAKING NEWS

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମୋଦି-ମୋଦି ସ୍ଲୋଗାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଆଜି ଏହି ଯାତ୍ରା ଶାଜାପୁରରେ ପହଞ୍ଚିଥିଲା । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତ ଯୋଡୋ ନ୍ୟାୟ ଯାତ୍ରା ଶାଜାପୁର  ଦେଇ ଯାଉଥିବା ବେଳେ  ରାହୁଲ ଗାନ୍ଧିଙ୍କ ସାମ୍ନାରେ  ମୋଦି-ମୋଦି ସ୍ଲୋଗାନ ଶୁଣିବାକୁ ମିଳିଥିଲା । ବିଜେପି ସଦସ୍ୟମାନେ ଏହି ସ୍ଳୋଗାନ ଦେବା ସହ ରାହୁଲ ଗାନ୍ଧୀଙ୍କୁ ଆଳୁ ମଧ୍ୟ ଦେଇଥିଲେ । ତେବେ ରାହୁଲ ବିଜେପି କର୍ମୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରାହୁଲ ଗାନ୍ଧି କହିଛନ୍ତି,‘‘ବର୍ତ୍ତମାନ ମୋଦି ସରକାର ସେନାରେ ଅଗ୍ନିବୀରଙ୍କୁ ଆଣିଛନ୍ତି । ଏହାଦ୍ୱାରା ସେନାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଛି। କରୋନା ସମୟରେ  ଦେଶରେ ୧.୫ ଲକ୍ଷ ଯୁବକଙ୍କୁ ସେନାରେ ଚୟନ କରାଯାଇଥିଲା ।  ହେଲେ ଆଜି ପର୍ଯ୍ୟନ୍ତ ଏହି ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଏହି ୧.୫ ଯୁବକଙ୍କର ଭୁଲ କ’ଣ ଥିଲା । ’’

ସେ ଆହୁରି କହିଛନ୍ତି,‘‘ଆମ ସରକାର ଆସିବା ମାତ୍ରେ  ଆମେ କୃଷକମାନଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବୁ ।  ଦେଶରେ ଓବିସି, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ଶ୍ରେଣୀର ପ୍ରାୟ ୯୦ ପ୍ରତିଶତ ଲୋକ ଅଛନ୍ତି । ଦେଶର ବଡ କମ୍ପାନୀ ଗୁଡିକ ପରିଚାଳନାରେ  ଓବିସି, ଦଳିତ କିମ୍ୱା ଆଦିବାସୀ ସମ୍ପ୍ରଦାୟର ଗୋଟିଏ ବି ବ୍ୟକ୍ତିଙ୍କୁ ପାଇବେ ନାହିଁ । ଏହା ସାମାଜିକ ଅନ୍ୟାୟ, ଯାହା ଦେଶର ପ୍ରାୟ ସଂସ୍ଥାରେ ଦେଖିବାକୁ ମିଳୁଛି ।’’

ସୂଚନାଯୋଗ୍ୟ, ‘ଭାରତ ଯୋଡ ନ୍ୟାୟା ଯାତ୍ରା’ ୫୨ ଦିନରେ ପହଞ୍ଚିଛି ।

Comments are closed.