Latest Odisha News

BREAKING NEWS

୧୪୮ କେଜି ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ବର: ବିହାରରେ ମଦ ବ୍ୟାନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ । ବିହାରରେ ବଢ଼ିଛି ଗଞ୍ଜେଇ ଚାହିଦା । ଭୁବନେଶ୍ବରରୁ ଧରାହେଲା ୧୪୮ କେଜି ଗଞ୍ଜେଇ ଭର୍ତ୍ତି ଟ୍ରକ୍ । ବ୍ୟାଟେରୀ ଚାଲାଣ ଗାଡ଼ି ଭିତରୁ ଏହାକୁ ଜବତ କରିଛି ଏସଟିଏଫ। ଗଞ୍ଜେଇ ଚୋରା ଚାଲାଣକାରି ବିହାରକୁ ଚାଲାଣ କରୁଥିଲେ ଗଞ୍ଜେଇ । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ୍ ଏସଟିଏଫ ଟ୍ରକ୍ ଟିକୁ ଜବତ କରିବା ସହ ଚାଲାଣ ହେଇଥିବା ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଉତ୍ତରପ୍ରଦେଶର ମହେନ୍ଦ୍ର ପଲ୍, ସନି କୁମାର ଓ ବିହାରର ଅରୁଣ ମହାତୋଙ୍କୁ ଗିରଫ କରିଛି ଏସଟିଏଫ।

BjdElectrycity

ଏସଟିଏଫ ସୂଚନା ଅନୁସାରେ ଟ୍ରକରେ ବ୍ୟାଟେରୀ ଆଣି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର ଯାଉଥିଲା । ବ୍ରହ୍ମପୁର ନିକଟରେ ଟ୍ରକ୍ ରେ ଗଞ୍ଜେଇ ଲୋଡ କରାଯାଇଥିଲା । ବ୍ରହ୍ମପୁରରେ ଫୋନ ସିମ୍ ବଦଳାଇଥିଲେ । ମୁଖ୍ୟ ଅଭିଯୁକ୍ତ ଟ୍ରେନରେ ଯିବା ସହ ଫୋନ୍ ରେ ଅପରେଟ କରୁଥିଲା । ପଶ୍ଚିମବଙ୍ଗ ଅଞ୍ଚଳକୁ ପଳାଉଥିବା ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରାଯାଇଛି। ଏସଟିଏଫର ଏକ ଟିମ୍ ତାଙ୍କୁ ଟ୍ରାକିଂ କରୁଛନ୍ତି  । ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଯାଇଛି ।

 

 

Leave A Reply

Your email address will not be published.