Latest Odisha News

ନିର୍ବାଚନ ବେଳେ ହ୍ଵାଟସଆପକୁ ଆସୁଛି ମୋଦୀଙ୍କ ମେସେଜ, ତେଜିଲା ବିବାଦ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋବାଇଲ ହ୍ବାଟସଆପକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ। ଯେଉଁଥିରେ ‘ବିକଶିତ ଭାରତ ସମ୍ପର୍କ’ର ଏକ ହ୍ଵାଟସଆପ୍ ମେସେଜ୍ ବିବାଦ ସୃଷ୍ଟି କରିଛି। ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ିଥିବା ଏହି ବାର୍ତ୍ତାକୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ ଡାଟାବେସ୍ ଏବଂ ମେସେଜିଂ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ଅଭିଯୋଗରେ ବିରୋଧୀମାନେ ଏହାକୁ ସମାଲୋଚନା କରିଛନ୍ତି।

କେରଳ କଂଗ୍ରେସ ୟୁନିଟ୍ ଭେରିଫାଏଡ୍ ବିଜନେସ୍ ଆକାଉଣ୍ଟ ‘ବିକଶିତ ଭାରତ ସମ୍ପର୍କ’ର ଏକ ସ୍ୱୟଂଚାଳିତ ବାର୍ତ୍ତାକୁ ଦର୍ଶାଇ ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକଟ କରିଛି। ଦଳ ଦାବି କରିଛି ଯେ ସଂପୃକ୍ତ ପିଡିଏଫ ସମ୍ପୂର୍ଣ୍ଣ ରାଜନୈତିକ ପ୍ରଚାର । କିନ୍ତୁ ମତାମତ ଆଳ ଦେଖାଯାଉଛି।

କେରଳ କଂଗ୍ରେସ ମଧ୍ୟ ସରକାର ଏବଂ ରାଜନୈତିକ ସଂସ୍ଥାମାନଙ୍କ ଦ୍ୱାରା ଏହାର ବିଜନେସ୍ ପ୍ଲାଟଫର୍ମର ବ୍ୟବହାର ଉପରେ ହ୍ଵାଟସଆପର ନୀତି ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ରାଜନୈତିକ ଦଳ, ରାଜନେତା, ପ୍ରାର୍ଥୀ ଏବଂ ପ୍ରଚାର ପାଇଁ ମେସେଜିଂ ଆପ୍ ବ୍ୟବହାରକୁ ଏହି ନୀତିରେ ନିଷେଧ କରାଯାଇଛି। ଯଦି ଏଭଳି ନୀତି ରହିଛି ତେବେ ଏହି ପ୍ଲାଟଫର୍ମ କିପରି ଜଣେ ରାଜନୈତିକ ନେତାଙ୍କୁ ସେମାନଙ୍କ ଏଜେଣ୍ଡା ପ୍ରଚାର କରିବାକୁ ଅନୁମତି ଦେବ ବୋଲି ଦଳ ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କ ନିକଟରେ ପହଞ୍ଚି ଭାରତର ଭବିଷ୍ୟତକୁ ‘ବିକଶିତ ଭାରତ’ ରୂପେ ଗଢ଼ିତୋଳିବା ପାଇଁ ପରାମର୍ଶ ମାଗିଛନ୍ତି। ସାଧାରଣ ନିର୍ବାଚନ ଘୋଷଣା ସହିତ ମିଶି ଏହି ଅଭିଯାନ ସରକାରଙ୍କ ବିକାଶ ଏଜେଣ୍ଡା ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ବିଜେପିର ପ୍ରତିଶ୍ରୁତିର ଏକ ଅଂଶ।

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରା ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଆଦର୍ଶ ଆଚରଣ ବିଧି (ଏମସିସି) ଲାଗୁ ହେବା ପରେ ତାଙ୍କୁ ‘ବିକଶିତ ଭାରତ’ରୁ ଏକ ପ୍ରଚାର ବାର୍ତ୍ତା ମିଳିଛି।

ଫେବ୍ରୁଆରି ମାସରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ପାଇଁ ସାରା ଦେଶରୁ ପରାମର୍ଶ ସଂଗ୍ରହ କରିବା ପାଇଁ ‘ବିକଶିତ ଭାରତ ମୋଦୀ କି ଗ୍ୟାରେଣ୍ଟି’ ଭିଡିଓ ଭ୍ୟାନ୍ ଆରମ୍ଭ କରିଛି।

Comments are closed.