Latest Odisha News

BREAKING NEWS

୧୨୫ ବର୍ଷୀୟ ବୟସ୍କ କଇଁଛ ଚାଣକ୍ୟର ପରଲୋକ

ହାଇଦ୍ରାବାଦ: ଏଠାକାର ଜୁଲୋଜିକାଲ ପାର୍କରେ ମୂଖ୍ୟ ଆକର୍ଷଣ କେନ୍ଦ୍ର ସାଜିଥିବା ବୟସ୍କ କଇଁଛ ଚାଣକ୍ୟର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଚାଣକ୍ୟକୁ ୧୨୫ ବର୍ଷ ବୟସ ହୋଇଥିଲା । ୧୦ ଦିନ ହେବ ଏହି ବୟସ୍କ କଇଁଛଟି ଖାଦ୍ୟ ଖାଉ ନ ଥିଲା । ଯାହାକୁ ନେଇ ଅଧିକାରୀମାନେ ଚିନ୍ତିତ ହୋଇ ପଡିଥିଲେ । ପାଳଙ୍ଗ ଓ କନ୍ଦମୂଳ ଖାଇବାକୁ ସେ ପସନ୍ଦ କରୁଥିଲେ ମଧ୍ୟ ଏହାକୁ ମଧ୍ୟ ଗ୍ରହଣ କରୁ ନ ଥିଲା । ଏହା ପରେ ସେ ମୃତ୍ୟୁବରଣ କରିଥିଲା । ୧୯୬୩ରେ ନାମପଲ୍ଲୀର ସାର୍ବଜନୀକ ଉଦ୍ୟାନ ବାଗ ଏ ଆମରୁ ଏହି କଇଁଛକୁ ଅଣା ଯାଇଥିଲା । ଏହା ପରେ ହାଇଦ୍ରାବାଦର ସବୁଠାରୁ ପୁରୂଣା ଜୁ ଚାଣକ୍ୟର ଘର ପାଲଟି ଯାଇଥିଲା । ଏହାକୁ ହାଇଦ୍ରାବାଦର ୭ମ ନିଜାମ ନିର୍ମାଣ କରିଥିଲେ ।

ପୋଷ୍ଟମର୍ଟମ ପରେ ଚାଣକ୍ୟର ମୃତ୍ୟୁ ମଲ୍ଟିପଲ ଅର୍ଗାନ ଫେଲ୍ୟୁର ଯୋଗୁ ହୋଇଥିବା ଜଣା ପଡିଥିଲା । ଅଧିକ ପରୀକ୍ଷଣ ପାଇଁ ଏହାର ନମୂନା ପଠାଯାଇଛି । ଗେଲପୋଗୋସ ବଡ କଇଁଛ ପ୍ରଜାତିର ଅଟନ୍ତି । ଚାର୍ଲସ ଡାରୱିନଙ୍କୁ ପ୍ରଜାତିର ବିକାଶ ସିଦ୍ଧାନ୍ତ ଏହି ଶ୍ରେଣୀର କଇଁଛଙ୍କ ନିକଟରୁ ମିଳିଥିଲା । ଚାଣକ୍ୟର ମୃତ୍ୟୁରେ ପଶୁପ୍ରେମୀ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.