Latest Odisha News

BREAKING NEWS

Mohammad Mokim: କଂଗ୍ରେସରୁ ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ମୋକିମ୍, କଂଗ୍ରେସ ମୋ ବିଚାରଧାରାରେ…

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି ଯେ, ଚିଠିକୁ ଗୁରୁତ୍ବର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ ଜଣାଉଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି ।

ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନ୍ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ ବୋଲି ମୋକିମ୍ ଗଣାମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ।

ମୋକିମ୍ ଆହୁରି କହିଛନ୍ତି ଯେ, ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବି । ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କାହାକୁ ଡରନ୍ତିନି । ତେଣୁ ମୁଁ କାହାକୁ ନ ଡରି ଚିଠି ଲେଖିଲି, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା । ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.