କଟକ: ନୂଆ ଦଳ ଲଞ୍ଚ କରିବା ନେଇ ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍ । ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ । ଏହା ସହ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କହିଲେ ବୋଲି ମୋକିମ୍ ଘୋଷଣା କରିଛନ୍ତି ।
ମୋକିମ୍ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନୂଆ ଦଳ କୌଣସି ଜାତୀୟ ଦଳ ସହିତ ମେଣ୍ଟ କରିବ ନାହିଁ ବରଂ ଧର୍ମନିରପେକ୍ଷ ମୂଲ୍ୟବୋଧ ବଜାୟ ରଖି ଓଡ଼ିଶାର ନିର୍ଦ୍ଦିଷ୍ଟ ପ୍ରସଙ୍ଗଗୁଡ଼ିକୁ ସମର୍ଥନ କରିବ । “ଦଳ କଂଗ୍ରେସ ଚିନ୍ତାଧାରାରେ ମୂଳ ରହିବ ଏବଂ ଯୁବପିଢ଼ିଙ୍କୁ ଏକ ‘ପ୍ଲାଟଫର୍ମ’ ପ୍ରଦାନ କରିବ”।
ପୂର୍ବରୁ ମୋକିମ୍ କହିଥିଲେ ଯେ, ଆଗକୁ ନିର୍ବାଚନ ରହିଥିବା ବେଳେ ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ ।