ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।
ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅମିତ ଶାହଙ୍କୁ ବିଜେପି ପର୍ଯ୍ୟବେକ୍ଷକ ଭାବେ ଚୟନ କରିଥିବା ବେଳେ ମୋହନ ମାଝୀ ହେଲେ ସହ ପର୍ଯ୍ୟବେକ୍ଷକ।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ମେ ୯ ତାରିଖରେ ଅନୁଷ୍ଠିତ ହେବ। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେବବିଜେପି ୨୦୬ ଆସନ ଜିତିଥିବା ବେଳେ ତୃଣମୂଳ କଂଗ୍ରେସ ୮୦ଟି ଜିତିଥିଲା। କଂଗ୍ରେସ ଦୁଇଟି ଆସନ ଜିତିଥିଲା, ଏବଂ AJUP ମଧ୍ୟ ଦୁଇଟି ଜିତିଥିଲା। ସିପିଆଇ(ଏମ୍) କେବଳ ଗୋଟିଏ ଆସନ ଜିତିଥିଲା।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନଗୁଡ଼ିକ ଏପ୍ରିଲ ୨୩ ଏବଂ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଫଳାଫଳ ମେ ୪ ରେ ଅର୍ଥାତ୍ ଗତକାଲି ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ୧୫ ବର୍ଷର ଶାସକ ତୃଣମୂଳ କଂଗ୍ରେସ ଏକ ବଡ଼ ପରାଜୟ ବରଣ କରିଥିଲା। ବହୁମତ ପାଇଁ ଆବଶ୍ୟକ ଠାରୁ ଅଧିକ ଆସନ ପାଇ ବିଜେପି ଇତିହାସ ସୃଷ୍ଟି କରିଥିଲା।