Latest Odisha News

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ।

-ଫାଇବରରେ ଭରପୁର ଚଣା । ଚଣାର ସେବନ କରିବା ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ହେବା ଭଳି ରହିଥାଏ । ବାରମ୍ବାର ଭୋକ ଲାଗିନଥାଏ । ଫଳରେ ଓଜନ ହ୍ରାସ ସହଜରେ ହୋଇଥାଏ ।

-ଗୁଡ ଓ ଚଣାର ସେବନ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ । ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।
ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏଥିରେ ଆଇରନ ଭରପୁର ମାତ୍ରାରେ ଥିବାରୁ ରକ୍ତର ଅଭାବକୁ ଦୂର କରିଥାଏ ।

-ଚଣା ଖାଇବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜଭୂତ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ।

-ଗୁଡ ସହ ଚଣାର ସେବନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ।
ଚଣାରେ କ୍ୟାଲସିୟମ ରହିଛି । ଏହା ହାଡକୁ ମଧ୍ୟ ମଜଭୂତ କରିଥାଏ ।

-ଦୁର୍ବଳତା କାରଣରୁ ଅନେକ ସମୟରେ ମହିଳାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଚଣା ଓ ଅଳ୍ପ ପରିମାଣରେ ଗୁଡର ସେବନ କରନ୍ତୁ ।

-ଓଜନ କମାଇବାକୁ ଚାହୁଁଥିଲେ ଖାଇପାରିବେ ଚଣା  । କାରଣ ଚଣା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ  ।

 

Leave A Reply

Your email address will not be published.