Latest Odisha News

BREAKING NEWS

‘ମାଆ, ମୁଁ ଆଲୋକ ଆଉ ମଣିଷ ପଣିଆକୁ ଦେଖିପାରିଲିନି’

ପୁରୀ : ଜନ୍ମ ହେବା ପୂର୍ବରୁ ଅତି ଅମାନୁଷିକ ଭାବେ ହତ୍ୟାର ଶିକାର ହୋଇଥିବା ହାତୀଛୁଆର ମନର କଥା । ମାଆ ମୁଁ ଆଲୋକ ଆଉ ମଣିଷ ପଣିଆକୁ ଦେଖିପାରିଲିନି । ଏହି ବାର୍ତ୍ତା ଦେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ଏକ ବାଲୁକା କଳା । ଯେଉଁଥିରେ ମାଆ ହାତୀ ଓ ତାର ଗର୍ଭସ୍ଥ ଶିଶୁରୁ ଦର୍ଶାଯାଇଛି ।

କେରଳର ତିରୁଅନନ୍ତପୁରମରେ ଗର୍ଭିଣୀ ହାତୀ ପ୍ରତି ମଣିଷ ଦେଖାଇଲା ବର୍ବରତା । ସପୁରୀରେ ବାଣ ଲଗାଇ ମାଆ ହାତୀ ଓ ତାର ଗର୍ଭସ୍ଥ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦେଶ ବ୍ୟାପୀ ଦାବି ହେଉଛି ।

Comments are closed.