ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଗୁରୁବାର ଦିନ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଶ୍ରୀନଗରରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ।
ସୂତ୍ରରୁ ପ୍ରକାଶ ଯେ ମେହବୁବା ଆସନ୍ତାକାଲି ଇଡିର ଶ୍ରୀନଗର କାର୍ଯ୍ୟାଳୟରେ ହାଜର ହେବେ ଏବଂ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରାଯିବ। ସେ କହିଛନ୍ତି, “ସେ ଦିଲ୍ଲୀ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ଦିଲ୍ଲୀରେ ନୁହେଁ ଶ୍ରୀନଗରରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତାଙ୍କର ଅନୁରୋଧ ଗ୍ରହଣ କରାଯାଇଥିଲା ଏବଂ ଆସନ୍ତାକାଲି ଶ୍ରୀନଗରରେ ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା ପାଇଁ ବ୍ୟବସ୍ଥା କରିଛନ୍ତି।”
Comments are closed.