Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହେବେ ମମତା ବାନର୍ଜୀ। ଆଉ ଏକାକୀ ଲଢ଼ିବେ ଲୋକସଭା ନିର୍ବାଚନ। କିଛି ଦିନ ହେବ ଆସନ ବୁଝାମଣାକୁ ନେଇ ଦେଖାଦେଇଥିବା ବିବାଦ ପରେ ଆଜି ଏପରି ଏକ ଖବର ଆସିଛି । ଯାହା କେନ୍ଦ୍ରର ଶାସକ ଦଳ ଏନଡିଏ ବିପକ୍ଷରେ ତିଆରି ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟକା। କାରଣ ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ମଧ୍ୟରୁ ମମତା ବାନାର୍ଜୀ ଅନ୍ୟତମ।

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ‘ଏକଲା ଚାଲୋ’ ସ୍ଲୋଗାନ ଦେଇଛନ୍ତି। ଲୋକସଭା ନିର୍ବାଚନରେ ଟିଏମସି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ମମତାଙ୍କ ଏହି ଘୋଷଣା ସହିତ ବିରୋଧୀ ଗଠବନ୍ଧନର ଚିତ୍ର ଏବଂ ଭବିଷ୍ୟତକୁ ନେଇ ସଙ୍କଟର ମେଘ ଆହୁରି ଗଭୀର ହୋଇଛି।

ମମତା ବାନାର୍ଜୀ ଏହି ଘୋଷଣା କରିବା ପରେ ମେଣ୍ଟରେ ଯେ ଆସନ ବୁଝାମଣାକୁ ନେଇ ଆଗାମୀ ଦିନରେ ଆଉ କୌଣସି ରାଜନୈତିକ ଦଳ ଏକାକୀ ନିର୍ବାଚନ ଲଢିବେ ବୋଲି ଯେ ଘୋଷଣା ନକରିବେ ତାହା କହିବା ମୁସକିଲ।

ମମତା କହିଛନ୍ତି ଯେ ମୁଁ ଯାହା ପରାମର୍ଶ ଦେଇଥିଲି, ତାହା ସମସ୍ତେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏସବୁ ପରେ ଆମେ ଏକାକୀ ଲଢିବାକୁ ସ୍ଥିର କରିଛୁ। ରାହୁଲ ଗାନ୍ଧୀଙ୍କ ନାମ ନନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଆସୁଛନ୍ତି, ସୌଜନ୍ୟମୂଳକ ଭାବେ ମଧ୍ୟ ତାଙ୍କୁ ଏ ବିଷୟରେ ସୂଚନା ଦିଆଯାଇ ନାହିଁ। ମମତା ବାନାର୍ଜୀ କହିଛନ୍ତି ଯେ ଏସବୁ ବିଷୟରେ ଆମ ସହ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। ଏହା ସଂପୂର୍ଣ୍ଣ ଭୁଲ। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛନ୍ତି। ଯାହା ମଣିପୁରରୁ ବାହାରି ମେଘାଳୟରେ ଚାଲିଛି।

Leave A Reply

Your email address will not be published.