Latest Odisha News

ମାଙ୍କଡ଼ ଉପଦ୍ରବ ହ୍ରାସ କରିବାକୁ ରାଜ୍ୟରେ ଗଠନ ହେବ ମଙ୍କି ସ୍କ୍ୱାର୍ଡ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାର୍ଡ ଗଠନ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଯେଉଁ ଅଞ୍ଚଳରେ ମାଙ୍କଡ଼ ଉତ୍ପାତ ଦେଖାଯାଉଛି ସେହି ସ୍ଥାନ ମାନଙ୍କରେ ଏହି ସ୍କ୍ୱାର୍ଡ ମୁତୟନ କରାଯିବ ।

ରାଜ୍ୟର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାଙ୍କଡ ଘଉଡ଼ାଇବାକୁ ଯନ୍ତା ଓ ଜାଲର ବ୍ୟବହାର କରାଯାଉଥିବାବେଳେ, ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ‘ଅଲଟ୍ରାସୋନିକ୍ ମଙ୍କି ରିପେଲର ମେସିନ’ ସାହାଯ୍ୟରେ ଏକ ଟିମ୍ ମାଙ୍କଡ଼ ଘଉଡ଼ାଇବାରେ ସାହାଯ୍ୟ କରୁଛି । ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ମାଙ୍କଡ଼ ମାନଙ୍କୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଥିବା ନେଇ ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

Comments are closed.