Latest Odisha News

BREAKING NEWS

ଅଧା ଓଡ଼ିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛାଡୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି ।

୮ଟି ଜିଲ୍ଲା ସଂପୂର୍ଣ୍ଣ ଏବଂ ଆଉ ୮ ଜିଲ୍ଲାରୁ ମୌସୁମୀ ଆଂଶିକ ବିଦାୟ ନେଇଛି। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଛାଡିଛି। ଫଳରେ ଆଜି ପାଗ ଅନୁକୂଳ ରହିଛି। ଆଗାମୀ ୨ ଦିନରେ ମୌସୁମୀ ପୂରା ଓଡ଼ିଶା ଛାଡ଼ିବ ବୋଲି ସୂଚନା ମିଳିଛି।

ଆସନ୍ତା ୨୮ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବା ବୋଲି ଆକଳନ କରାଯାଇଛି। ମୌସୁମୀ ବିଦାୟ ନେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଲଘୁଚାପ ଫଳରେ ଗତ କିଛିଦିନ ତଳେ ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକ ସ୍ଥାନ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ପାଗ ଶୁଖିଲା ରହିଛି । ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ ।

Comments are closed.