Latest Odisha News

BREAKING NEWS

ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ: ଆସନ୍ତା ୪ ଦିନ ଅସମ୍ଭାଳ ହେବ ତାତି

ଭୁବନେଶ୍ୱର: ଓଡ଼ିଶାରେ ରଜ ପରେ ମୌସୁମୀ ଛୁଇଁବ। ହେଲେ ସେପର୍ଯ୍ୟନ୍ତ ରାଜ୍ୟରେ ଏମିତି ଅସହ୍ୟ ଖରା ଓ ଗୁଳୁଗୁଳି ଜାରି ରହିବ। ଜୁନ ୧୫ ତାରିଖ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ହେଉ କିମ୍ବା ରାତି ଗୁଳୁଗୁଳିରେ ଛଟପଟ ଲୋକେ।

ବାହାରେ ଖରା ତାଉ ସହି ନ ପାରି ଘରକୁ ଆସିଲେ ଘନ ଘନ ବିଜୁଳି କାଟ। ଯଦିବା ବିଦ୍ୟୁତ୍ ରହିଲା ତେବେ ଲୋ ଭୋଲ୍‌ ଟେଜ୍। ହେଲେ ସରକାର କହୁଛନ୍ତି ବିଜୁଳି କାଟ୍ ହେଉନି।  ଏପଟେ ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପ୍ରକୃତରେ ଓଡ଼ିଶାକୁ ମୌସୁମୀ ଛୁଇଁବା ନେଇ ନିର୍ଦ୍ଦିଷ୍ଟ କିଛି ସ୍ପଷକ୍ଟ ହେଇପାରୁ ନାହିଁ।

ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିବା ଅନୁସାରେ ୧୭ରୁ ୨୦ ଭିତରେ ରାଜ୍ୟରେ ମୌସୁମୀ ଛୁଇଁବ। ହେଲେ ଅନ୍ୟ ପାଣିପାଗ ବିଶେଷଜ୍ଞ କହୁଛନ୍ତି ମୌସୁମୀ ଛୁଇଁବାର ୨୦ ପୂର୍ବରୁ ସମ୍ଭାବନା ନାହିଁ। ରାଜ୍ୟବାସୀ ଓ ଚାଷୀ ଦ୍ୱନ୍ଦ୍ୱରେ ଥିବା ବେଳେ ୪୪ରୁ ୪୫ ଡିଗ୍ରୀ ତାତିରେ କଲବଲ ହେବା ସରା ହେଉଛି।

ରାଜ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏତେମାତ୍ରାରେ ଖରା ରେକର୍ଡ କରାଯାଉଥିଲା ବି  ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍ ରହୁଛି। ହେଲେ ଗୁଳୁଗୁଳି ଏତେ ଯେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ।

Comments are closed.