Latest Odisha News

BREAKING NEWS

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ବର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ରହିବ ବୋଲି ଅନୁମାନ କରାଯାଉଛି  । ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବାବେଳେ ଏଥିରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି  । ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ  । ପ୍ରଥମ ଦିନରେ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ ହେବ ।

ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାବେଳେ ଆଜି ତାଙ୍କୁ ବାଚନିକ ଭୋଟରେ ନିର୍ବାଚିତ କରାଯିବ  । ମୌସୁମୀ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେପଟେ ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ଡାକିଛନ୍ତି । ବିଶେଷକରି ଚାଷୀ ସମସ୍ୟା, ଶିକ୍ଷକ ଆନ୍ଦୋଳନ, ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଘରୋଇ ବସ ଧର୍ମଘଟ ଇତ୍ୟାଦି ଅନେକ ପ୍ରସଙ୍ଗକୁ ନେଇ ଗୃହରେ ସରଗରମ ଆଲୋଚନା ହେବ  ।

 

Leave A Reply

Your email address will not be published.