Latest Odisha News

BREAKING NEWS

ଶନିବାର ଦିନ ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତା ଶନିବାର ଦିନ ବିଧାୟକ ମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଯେଉଁମାନଙ୍କର କରୋନା ଟେଷ୍ଟ ନେଗେଟିଭ ବାହାରିବ ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୯ରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି ।

ବାଚସ୍ପତି କହିଛନ୍ତି ଯେ ମୌସୁମୀ ଅଧିବେଶନର ପ୍ରଥମ ଦିନ ସକାଳ ୧୧ ଟାରୁ ଆରମ୍ଭ ହେବ। ଗୃହ କାର୍ଯ୍ୟ ଦିନ ୧ଟା ଯାଏଁ ଚାଲିବ । ଦ୍ବିତୀୟାର୍ଦ୍ଧରେ ଅପରାହ୍ନ ୩ଟାରୁ ୫ଟା ଯାଏଁ ଗୃହ କାର୍ଯ୍ୟ ଚାଲିବ।

ତେବେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ଅଧିବେଶନ ଦିନ ନିଷ୍ପତ୍ତି ନିଆଯିବ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.