Latest Odisha News

ନିର୍ଦ୍ଧାରିତ ଦିନର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଅଧିବେଶନର ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବାର ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ଅକ୍ଟୋବର ୪ ତାରିଖ ଯାଏଁ ଚାଲିବ ବୋଲି ସ୍ଥିର ହୋଇଥିଲା।

ଗତ ୧୨ ତାରିଖରେ ତତ୍କାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ (ସ୍କୁଲ ଓ ଗଣଶିକ୍ଷା) ଓ ଶ୍ରୀକାନ୍ତ ସାହୁ (ଶ୍ରମ) ନିଜ ପଦରୁ ଇସ୍ତଫା ଦେବା ପରେ ବାଚସ୍ପତି ନିର୍ବାଚନ ହୋଇଥିଲା। ମେ’ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ବେଳେ ଆରୁଖାଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା।

ଏହି ଅଧିବେଶନରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଗୃହରେ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଛି।

Leave A Reply

Your email address will not be published.