Latest Odisha News

BREAKING NEWS

ଆମେରିକାରେ ବଢୁଛି କରୋନା ଭୂତାଣୁର ପ୍ରଭାବ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବଢିବାରେ ଲାଗିଛି ମାରାତ୍ମକ କରୋନା ଭୂତାଣୁର ପ୍ରଭାବ। ସ୍ଥିତି ବିଗୁଡୁଛି। ସଂକ୍ରମଣର ବେଗ ମାସେ ହ୍ରାସ ପାଇବା ପରେ ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ତିନି ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲାରେ ଅଚାନକ ବୃଦ୍ଧି ଘଟିବା ଏବେ ଚିନ୍ତାର ବିଷୟ ପାଲଟିଛି। ଦ୍ରୁତ ଭାବେ ସଂକ୍ରମଣ ହେଉଥିବା ଡେଲ୍‌ଟା ପ୍ରଜାତି, ମନ୍ଥର ଟିକାକରଣ ହାର ଏବଂ ଚତୁର୍ଥ ଜୁଲାଇ ସମାବେଶ ଦ୍ୱାରା ପରିଚାଳିତ ଏହାର କାରଣ ବୋଲି କୁହାଯାଉଛି।

ଜନ୍ ହପକିନ୍ସ ୟୁନିଭରସିଟି ତଥ୍ୟ ଅନୁଯାୟୀ ସୋମବାର ଦୈନିକ ସଂକ୍ରମଣ ୨୩,୬୦୦କୁ ବୃଦ୍ଧି ପାଇଛି। ଯାହା ଜୁନ୍ ୨୩ ରେ ୧୧,୩୦୦ ମାମଲା ରିପୋର୍ଟ ହୋଇଥିଲା। ରିପୋର୍ଟ ଅନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି।

Leave A Reply

Your email address will not be published.