Latest Odisha News

BREAKING NEWS

ମୃତ୍ୟୁର ୨୫ ଦିନ ପରେ ରିଲିଜ ହେଲା ସିଦ୍ଧୁ ମୁସେୱାଲଙ୍କ ନୂତନ ଗୀତ, ଦେଖି ସାରିଲେଣି ୧୦ ଲକ୍ଷ ଲୋକ

ଚଣ୍ଡୀଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମୃତ୍ୟୁର ୨୫ ଦିନ ପରେ ଆଜି ରିଲିଜ ହେଇଛି ତାଙ୍କର ଆଉ ଏକ ଗୀତ । ମାତ୍ର ଅଧ ଘଂଟା ମଧ୍ୟରେ ୧୦ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ପଂଜାବ-ହରିୟାଣାର ବିବାଦୀୟ ଏସୱାଲଏଲ ଉପରେ ଏହି ଗୀତ ଆଧାରିତ । ସିଦ୍ଧୁ ତାଙ୍କ ଶୈଳୀରେ ଗୀତ ମାଧ୍ୟମରେ ଏହାକୁ ପରିବେଷଣ କରିଛନ୍ତି । ଏପରିକି ଏହି ଆନ୍ଦୋଳନରେ ଗିରଫ ହୋଇଥିବା ଶିଖମାନଙ୍କୁ ମୁକ୍ତ କରିବା ପାଇଁ ଗୀତ ମାଧ୍ୟମରେ ଅନୁରୋଧ କରାଯାଇଛି । ସିଦ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ଟିମ ପରିବାରବର୍ଗଙ୍କୁ ରେକର୍ଡିଂ କରାଯାଇଥିବା ଗୀତଗୁଡିକ ଦେଇ ଦେଇଥିଲେ ।

ସିଦ୍ଧୁଙ୍କ ବାପା କହିଛନ୍ତି ପ୍ରତି ୬ମାସରେ ଆମେ ତାର ଗୀତ ରିଲିଜ କଲେ ଆମକୁ ଲାଗିବ ଆମ ପୁଅ ଆଉ ୪/୫ ବର୍ଷ ଆମ ସହିତ ବଂଚି ରହିଛି । ମେ ୨୯ରେ ସିଦ୍ଧୁଙ୍କ ଗୁଳି କରି ହତ୍ୟା କରାଯାଇଥିଲା । ରିପୋର୍ଟ ମୁତାବକ ସିଦ୍ଧୁଙ୍କ ନିକଟରେ ୩୦ କୋଟି ଟଙ୍କାର ସମ୍ପତି ରହିଛି । ତାଙ୍କ ଗୀତ ୨୯୫ ବିଲବୋର୍ଡରେ ସ୍ଥାନ ପାଇଥିଲା ।

Comments are closed.