Latest Odisha News

BREAKING NEWS

ବୌଦ୍ଧ ପୋଲିସର ମୁଣ୍ଡ ବିନ୍ଧାଉଛି ଗଞ୍ଜେଇ ଚୋରାଚାଲାଣ, ମାଟି ଖୋଳି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ: ଏକ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ। ବୌଦ୍ଧ ପୋଲିସ ଦ୍ଵାରା ବଘିଆପଡ଼ା ଫାଣ୍ଡି ପେଞ୍ଜାବାଲି ଗ୍ରାମ୍ୟା ଜଙ୍ଗରୁ ବାହାରକୁ ଚାଲାଣ୍ଡ ପାଇଁ ରଖାଯାଇଥିବା ୧୦୭୮ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୭ ଲକ୍ଷ ୮୦ ହାଜର ଟଙ୍କା ବୋଲି ପୋଲିସ ସୂଚନା ଦେଇଛି।

ବୌଦ୍ଧ ଥାନା ପେଞ୍ଜାବାଲି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ଚଢ଼ାଉ କରି ଜବତ କଲା ପୋଲିସ । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ପେଞ୍ଜାବାଲି ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଏକ ଗାତ ଖୋଳି ପୋତି ରଖା ଯାଇଥିବାର ପୋଲିସ ସୂଚନା ପାଇଥିଲା। ଏହି ଗଞ୍ଜେଇ ପାଇଁ ଏକ ବଡଧର ଡିଲ ଚାଲିଥିବା ନେଇ ସୂଚନା ପାଇଥିଲା ପୋଲିସ। ଏନେଇ ବୌଦ୍ଧ ଏସପି ରାଜ୍ ପ୍ରସାଦ, ଏସଡିପିଓ କୂଳଦୀପ ମିନା ଓ ବୌଦ୍ଧ ଆଇଆଇସି ରଞ୍ଜିତ ମୁନିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଏଥିରେ ୧୦୭୮ କେଜିର ଗଞ୍ଜେଇ ଜଙ୍ଗଲରୁ ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସିପି।

ସେହିଭଳି ବାଉଁଶୁଣୀ ଥାନା ପୁଲିସ ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗୁଡପଡା ଗାଁ ରାସ୍ତାରେ ଚଢ଼ଉ କରି ବାଇକ ଯୋଗେ ୨ଟି ଜରି ବସ୍ତାରେ ଥିବା ୫୦ କେଜି ଗଞ୍ଜେଇ ସହ ବାଇକକୁ ଜବତ । ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗୁନ୍ଦୁଳିଆ ପଂଚାୟତ ଅନ୍ତର୍ଗତ ତିଲପଙ୍ଗା ଗ୍ରାମର ପ୍ରଭଞ୍ଜନ ମଲିକ ବୋଲି ସୂଚନା ମିଳିଛି।

ଅନ୍ୟପଟେ କଣ୍ଟାମାଳ ଥାନା କଂସିମିଲି ଜଙ୍ଗଲ ରୁ ୩୦୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ୨୦୨୪ ମସିହାରେ ବୌଦ୍ଧ ପୋଲିସ NDPS ଡ୍ରାଇଭ କରି ୧୦ଟନ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ବେଳେ ୩୫ଜଣ ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟପଟେ ନିକଟରେ ୩୧କେସ ରେ ଜବତ ହୋଇଥିବା ୯୭୭୩.୮୦୦ କେଜି ଗଞ୍ଜେଇ କୁ ପୋଲିସ ପକ୍ଷରୁ ନଷ୍ଟ କରାଯାଇଛି । ଗଂଜାମ ଜିଲ୍ଲା ସେରେଗଡ଼ ସ୍ଥିତ ଭାଟିରେ ପୋଡି ନଷ୍ଟ କରାଯାଇଛି ।ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଅଧିକରୁ ଅଧିକ ଅପରେସନ କରି ବୌଦ୍ଧ ରୁ ଗଞ୍ଜେଇ ଚାଷର ମୂଳପୋଛ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସିପି କହିଛନ୍ତି ।

Leave A Reply

Your email address will not be published.