Latest Odisha News

ସମ୍ବଲପୁରରେ ବୋମାମାଡ଼, ଦୁଇ ଆହତ

ସମ୍ବଲପୁର: ଆଜି ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସାଧନ ରହିଛନ୍ତି। ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ। ଏକ ବୁଲେଟ ଉପରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍‌ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Comments are closed.