Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧାଗଢ଼ା ୧ ଲକ୍ଷ ୮୮ ହଜାରରୁ ଅଧିକ ଘରକୁ ଡିସେମ୍ବର ସୁଦ୍ଧା ଶେଷକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଅଧା ପାନ୍ତରିଆ ହୋଇପଡି ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର । ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି । ୩ଲକ୍ଷ ୨୬ ହଜାର ୫୮୨ ଘର ଏବେ ଅଧାପନ୍ତରିଆ ହୋଇ ପଡି ରହିଛି । ସେଥିମଧ୍ୟରୁ ୧ଲକ୍ଷ ୩୮ହଜାର ୩୧୯ ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ୧ଲକ୍ଷ ୮୮ହଜାର ୨୬୩ ଅଧାପନ୍ତରିଆ ଘର ରହିଛି ।

ଏହାକୁ ଶୀଘ୍ର ଶେଷ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନଭେମ୍ବର ୨୦ରେ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସବୁ ଜିଲାପାଳଙ୍କୁ ପ୍ରଦାନ କରିଥିବା ଏକ ନିର୍ଦ୍ଦେଶନାମା ଅନୁସାରେ, ଡିସେମ୍ବର ସୁଦ୍ଧା ବଳକା ଘରକୁ ଶେଷ କରିବାକୁ କୁହାଯାଇଛି ।

ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲାପାଳଙ୍କୁ ଦିନିକିଆ ଟାର୍ଗେଟ ପ୍ରଦାନ କରିଛନ୍ତି । ଅନୁଗୋଳ ଜିଲାପାଳଙ୍କୁ ପ୍ରତିଦିନ ୫୫ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବାଲେଶ୍ୱର ପାଇଁ ୨୦୦, ବରଗଡ଼ ପାଇଁ ୧୨୪ ଆବାସ ଦିଆଯାଇଛି । ମୟୂରଭଞ୍ଜରେ ସର୍ବାଧିକ ୪୦ହଜାର ୮୨୧ ଆବାସ ଟାର୍ଗେଟ ଦିଆଯାଇଥିବାବେଳେ ଭଦ୍ରକକୁ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାକୁ ୧୧ ହଜାର ୧୩୧, ନବରଙ୍ଗପୁରକୁ ୧୦ ହଜାର ୯୪୯, କୋରାପୁଟକୁ ୧୪ ହଜାର ୧୯୩, ବଲାଙ୍ଗୀରକୁ ୭ ହଜାର ୭୫୭, ବାଲେଶ୍ୱରକୁ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ଜିଲ୍ଲା ଗୁଡିକୁ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି ।

Comments are closed.