Latest Odisha News

BREAKING NEWS

ରାଜ୍ୟରେ ଗତ ୨୫ ବର୍ଷରେ କଟା ଯାଇଛି ଏହି ପରିମାଣର ଗଛ..

ଭୁବନେଶ୍ୱର: ଓଡିଶାରେ ୨୫ ବର୍ଷ ମଧ୍ୟରେ କଟାଯାଇଛି ୨୬ ଲକ୍ଷରୁ ଅଧିକ ଗଛ । ମଙ୍ଗଳବାର ବିଧାନସଭାରେ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଜଙ୍ଗଲ ମନ୍ତ୍ରୀଙ୍କ ସୂଚନାକ୍ରମେ, ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଏହି ସମସ୍ତ ଗଛ କଟାଯାଇଛି । ସେଥିମଧ୍ୟରୁ ବିଶେଷ କରି ବିଦ୍ୟୁତ୍ ସେବା ଯୋଗାଇବା ଏବଂ ଖଣି କାର୍ଯ୍ୟ କରିବା ପାଇଁ ଅଧିକ ଗଛ କଟାଯାଇଥିବା ସୂଚନା ରହିଛି । ତେବେ ୪୮୨ ଟି ଗଛ ୨୦୦୦ ରୁ ୨୦୨୩ ମଧ୍ୟରେ ଜଙ୍ଗଲ ଜମିରୁ ମୋଟ ୨୬ ଲକ୍ଷ ୭୫ ହଜାର ୧୯୧ ଟି ଗଛ କଟାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।

ତଥ୍ୟ ଅନୁଯାୟୀ ଖଣି କାର୍ଯ୍ୟ ପାଇଁ ୯ ଲକ୍ଷ ୬୪ ହଜାର ୬୩ ଗଛ, ରାସ୍ତା ପାଇଁ ୫ ଲକ୍ଷ ୯୯ ହଜାର ୬୯୦ ଗଛ, ଜଳସେଚନ ପାଇଁ ୪ ଲକ୍ଷ ୮୯ ହଜାର ୪୨୩ ଗଛ, ବିଦ୍ୟୁତ୍ ଯୋଗାଣ ପାଇଁ ୧ ଲକ୍ଷ ୩୯ ହଜାର ୪୩୯ ଗଛ, ଶିଳ୍ପ ପାଇଁ ୩,୦୦,୭୫୯ ଗଛ, ରେଳ ଲାଇନ ପାଇଁ ୮୨ ହଜାର ୭୬ ଗଛ ଏବଂ ୯୯,୭୪୧ ଗଛ କଟାଯାଇଛି ।

Comments are closed.