Latest Odisha News

BREAKING NEWS

ନାଇଜେରିଆରେ ଅପହରଣ ହୋଇଥିବା ୩୦୦ରୁ ଅଧିକ ସ୍କୁଲ ପିଲାଙ୍କୁ କରାଗଲା ମୁକ୍ତ; ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ ଯୋଗୁ ହୋଇଥିଲେ ଅପହରଣର ଶିକାର

ଆବୁଜା: ଗତ ସପ୍ତାହରେ ଉତ୍ତର-ପଶ୍ଚିମ ନାଇଜେରିଆରେ ଅପହରଣ ହୋଇଥିବା ୩୦୦ ରୁ ଅଧିକ ସ୍କୁଲ ପିଲାଙ୍କୁ ମୁକ୍ତ କରାଯାଇଛି। କାଟସିନା ପ୍ରଦେଶର ରାଜ୍ୟପାଳ ଏ ନେଇ ଘୋଷଣା କରିଛନ୍ତି। କିଛି ବନ୍ଧୁକଧାରୀମାନେ ସ୍କୁଲ ପିଲାମାନଙ୍କୁ ଅପହରଣ କରି ଘଞ୍ଚ ଜଙ୍ଗଲକୁ ନେଇ ଯାଇଥିଲେ।

କାଟସିନା ରାଜ୍ୟପାଳ ଇମିନୁ ବେଲୋ ମାସାରି ଗୁରୁବାର କହିଛନ୍ତି ଯେ ସୁରକ୍ଷା ବାହିନୀ ୩୪୪ ସ୍କୁଲ ପିଲାଙ୍କୁ ମୁକ୍ତ କରିଛି। ଏହି ପିଲାମାନଙ୍କୁ ପ୍ରଦେଶର ରାଜଧାନୀ କାଟସିନାକୁ ଅଣାଯିବ। ଏଠାରେ ଡାକ୍ତରୀ ପରୀକ୍ଷା ପରେ ପିଲାମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ସେ କହିଛନ୍ତି ମୁଁ ଭାବୁଛି ସମସ୍ତ ପିଲାଙ୍କୁ ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଆତଙ୍କବାଦୀ ସଂଗଠନ ବୋକୋ ହରାମ ପିଲାମାନଙ୍କ ଅପହରଣ ପାଇଁ ଦାୟୀ ବୋଲି କହିଥିଲେ। ବନ୍ଧୁକଧାରୀମାନେ ଏକ ସପ୍ତାହ ପୂର୍ବରୁ କାଟସିନା ପ୍ରଦେଶର କାଙ୍କାରା ଗାଁର ଏକ ସରକାରୀ ବିଦ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ୮୦୦ ରୁ ଅଧିକ ପିଲା ବିଦ୍ୟାଳୟରେ ଉପସ୍ଥିତ ଥିଲେ। ତେବେ ଏଠାରେ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କରାଯାଉଥିବା ଯୋଗୁ ଏହି ବିଦ୍ୟାଳୟକୁ ଟାର୍ଗେଟ କରାଯାଇଥିଲା ଏବଅ ଶିଶୁଙ୍କୁ ଅପହରଣର ଶିକାର ହେବାକୁ ପଡ଼ଥିଲା।

 

 

Leave A Reply

Your email address will not be published.