Latest Odisha News

BREAKING NEWS

ଛୋଟ ପରଦାକୁ ଆସୁଛନ୍ତି ଛୋଟ ଯୀଶୁ

ମୁମ୍ବାଇ: ଛୋଟା ଭୀମ, ଲିଟିଲ୍ କ୍ରିଷ୍ଣା ଓ ଲିଟିଲ ସିଂଘମ୍ ପରେ ଏବେ ଲିଟିଲ ଯୀଶୁଙ୍କ ପାଳି । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ସିରିଜ୍ ୟେଶୁ । ଆସନ୍ତା ସୋମବାରଠୁ ଏହି ସିରିଜ ଟିଭି ପରଦାରେ ପ୍ରସାରିତ ହେବ । ଏହି ସିରିଜରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିବ । ପରବର୍ତ୍ତିତ ସମୟକୁ ନଜରରେ ରଖି ପ୍ରଭୁ ଯୀଶୁଙ୍କର ଏହି ଗାଥାକୁ ଏକ ଭିନ୍ନ ସ୍ୱାଦ ଦେଇ ପରିବେଷଣ କରାଯିବ ।

ହିନ୍ଦୁ ଧର୍ମର ପୌରାଣୀକ କଥାରେ ବର୍ଣ୍ଣିତ ଭଗବାନଙ୍କ ବାଲ୍ୟ ସମୟକୁ ନେଇ ଅନେକ ଧାରାବାହିକ ଟିଭିରେ ପ୍ରସାରିତ ହୋଇସାରିଛି । ହେଲେ ଏଥର ଖ୍ରୀଷ୍ଟଧର୍ମୀଙ୍କ ଭଗବାନ ଯୀଶୁଙ୍କର ଛୋଟବେଳର କାହାଣୀ ଦର୍ଶାଯିବ । ତେବେ ଧାରାବାହିକ ନିର୍ମାତାଙ୍କ ଅନୁଯାୟୀ ଏହାର କାହାଣୀ କେଉଁ ଧର୍ମ କି ସମ୍ପ୍ରଦାୟକୁ ନୁହେଁ ବରଂ ଜଣେ ସନ୍ତାନ ଓ ତା ମାଆ ମଧ୍ୟରେ ଥିବା ଆବିଳତାକୁ ଦର୍ଶାଇବ ।

ଏହି ସିରିଜରେ ରାଜା ହେରଡ୍ ଭାବେ ଦର୍ପଣ ଶ୍ରୀବସ୍ତବଙ୍କୁ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ଧର୍ମଚନ୍ଦ କୁମାର ଓ ସୋନାଲି ନିକମଙ୍କୁ ମଧ୍ୟ ଯୀଶୁଙ୍କ ପିତାମାତା ଭାବେ ଦେଖିବାକୁ ମିଳିବ । ଅନ୍ୟପଟେ ମୁଖ୍ୟ ଚରିତ୍ରରେ ଶିଶୁ କଳାକାର ଭିଭାନ ଶାହ ଥିବାବେଳେ ରୁଦ୍ର ସୋନୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ ।

Leave A Reply

Your email address will not be published.