Latest Odisha News

BREAKING NEWS

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ଲୋଘଂର ଗ୍ରାମରେ ଚଢ଼ାଉ କରିଥିଲେ। ଏଥିରେ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି। ବେଆଇନ ବାଣ ବିକ୍ରି ଓ ତିଆରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି।

ଏନେଇ ଖଲ୍ଲିକୋଟ ଥାନା ପକ୍ଷରୁ ତିନୋଟି ମାମଲା ରୁଜୁ କରି କାହ୍ନୁଚରଣ ସାହୁ, ନାରାୟଣ ସାହୁ ଓ ବିଦ୍ୟା ନାହାକଙ୍କୁ ଗିରଫ କରାଯାଇଛି। ତେବେ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୪୦ହଜାରରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.