Latest Odisha News

BREAKING NEWS

ରାଜୀବ କୁମାର ହେଲେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳ ବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର ।

ପ୍ରାପ୍ତ ସୂଚନାନୁଯାୟୀ, ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।

ଗତ ଶୁକ୍ରବାର ଦିନ ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ।

ରାଜୀବ କୁମାର ହେଉଛନ୍ତି ୧୯୮୪ ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ତାଙ୍କ ପାଖରେ ସାର୍ବଜନିକ ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ।

ନିକଟରେ ଭାରତ ନିର୍ବାଚନ କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ଅଶୋକ ଲାଭସା ।

Leave A Reply

Your email address will not be published.