ନୂଆଦିଲ୍ଲୀ: ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପୁରା ଦେଶକୁ ୨୧ ଦିନିଆ ଲକଡାଉନ୍ କରିଛନ୍ତି । ଯଦି ଏହି ଲକଡାଉନ୍ ହୋଇନଥାନ୍ତା ତେବେ ଏହାର ସ୍ଥିତି କେତେ ଯେ ଭୟାବହ ହୋଇଥାନ୍ତା ସେ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
କୋଭିଡ-୧୯କୁ ହରାଇବାକୁ ହେଲେ ଲକଡାଉନ୍ ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ଥିଲା । ଦେଶବ୍ୟାପୀ ଲକଡାଉନ୍ ଲାଗୁ ସହ ଅନ୍ୟ ପଦକ୍ଷେପ ନିଆଯାଇ ନଥିଲେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଥାନ୍ତେ ବୋଲି ଲବ ଅଗ୍ରୱାଲ କହିଛନ୍ତି ।
କୋଭିଡ୍-୧୯ ସହ ମୁକାବିଲା ପାଇଁ ଦେଶରେ ୫୮୬ଟି କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ୧ ଲକ୍ଷ ଆଇସୋଲେସନ୍ ବେଡ୍ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ଏହାସହ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି ।
BREAKING NEWS
- ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆର ନୂତନ ପ୍ରାର୍ଥୀ ଚୟନ
- କୋଲକାତାରେ ଟିମ ସହିତ ଯୋଗ ଦେବେ ରିଙ୍କୁ ସିଂ
- ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ବସେବାକୁ ସୁଦୃଢ଼ କରିବା ପାଇଁ ଏମ୍.ସି.ଏଲ୍ ଦ୍ଵାରା ୪୬.୫୧ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର
- ଚର୍ଚ୍ଚାରେ ଆକ୍ୱିବ ନବୀ, ଏବେ ଆଇପିଏଲ ପ୍ରଦର୍ଶନ ଉପରେ ରହିବ ନଜର
- ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…
- ୬୭ ବର୍ଷ ପରେ ରଣଜୀ ଟ୍ରଫି ଜିତିଲା ଜମ୍ମୁ-କଶ୍ମୀର
- India Issues Urgent Advisory: ଇରାନ ଉପରେ ଆକ୍ରମଣ; ଇସ୍ରାଏଲରେ ଥିବା ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି
- BJD Rajya Sabha Candidate: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ
- ତାଲିବାନ ଆଗରେ ନଇଁବ କି ପାକିସ୍ତାନ? ରୁଷ-ଚୀନ୍ର ଏଣ୍ଟ୍ରି ପରେ ହଲଚଲ!
- ଏହି ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ !
Comments are closed.