Latest Odisha News

BREAKING NEWS

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏ କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା । ରାଜ୍ୟକେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାସହ ସ୍କୁଲରେ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ପାଠପଢ଼ା । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ଚାଲିବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ପଢ଼ିବେ । ତେବେ ଦିନ ଗୋଟାଏ ବେଳେ ଘରକୁ ଫେରିବେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ତେବେ ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି ।

Leave A Reply

Your email address will not be published.