Latest Odisha News

BREAKING NEWS

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ୭ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ସ୍କୁଲ ଏବଂ ଘରୋଇ ସ୍କୁଲ ପାଇଁ ଏହି ନିୟମ ଜାରି ହୋଇଛି ।

ବିଦ୍ୟାଳୟ ପରିସର ମଧ୍ୟରେ ପାନୀୟ ଜଳ ସହ ଓଆରଏସ ପ୍ୟାକେଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଶ୍ରେଣୀ ଗୃହ ବାହାରେ ପିଲା ମାନେ ଯେପରି କୌଣସି କାମ ସହ ଖେଳ କୁଦ ନକରନ୍ତି ସେନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ରାଜ୍ୟ ସରକାର ଜିଲ୍ଲାଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିବା ସହ ଗରମ ଓ ଆର୍ଦ୍ରତା ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ବିଭିନ୍ନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।

ଗ୍ରୀଷ୍ମ ପ୍ରବାହ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଆଧାର କରି ଏହି ନିର୍ଦ୍ଦେଶନାମାଗୁଡ଼ିକୁ ସଂଶୋଧନ କରିବାକୁ ପ୍ରମୁଖ ଅଧିକାର ଦିଆଯାଇଛି ।

Leave A Reply

Your email address will not be published.