Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲା ୨ ଓଡ଼ିଆଙ୍କ ମରଶରୀର, ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୁଏତରେ ମୃତ ୨ ଓଡ଼ିଆଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଲା। ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଲା ଦୁଇ ଜଣଙ୍କ ପାର୍ଥିବ ଶରୀର। କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଦୁଇ ଓଡ଼ିଆଙ୍କ ହେଲେ, ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ ।

ବିମାନ ବନ୍ଦରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭୁବନେଶ୍ୱରରୁ ଦୁଇ ମୃତକଙ୍କ ଦେହ ସେମାନଙ୍କ ଗାଁକୁ ପଠଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ପରିବାରର ନିକଟତମ ସଂପର୍କୀୟଙ୍କୁ ୪ ଲକ୍ଷର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା।

ମରଶରୀର ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିମାନବନ୍ଦରରେ ଉଭୟଙ୍କ ପରିବାର ଲୋକ ଅପେକ୍ଷା କରିଥିଲେ। କୁଏତ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ । ଅଧିକାଂଶ ମୃତକ କେରଳର ବାସିନ୍ଦା ଥିଲେ। ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ଭାରତର ୪୫ ଜଣ ମୃତକଙ୍କ ପ୍ରାର୍ଥିବ ଶରୀରକୁ ଭାରତ ଅଣାଯାଇଥିଲା । କୋଚି ବିମାନ ବନ୍ଦରରୁ ଆଜି ଜନ୍ମମାଟିକୁ ପଠାଯାଉଛି ।

Leave A Reply

Your email address will not be published.