Latest Odisha News

BREAKING NEWS

ମୁଣ୍ଡ ଉପରେ ମଶା ଉଡୁଛନ୍ତି କି, ଜାଣନ୍ତୁ ଏହାର କାରଣ

ଭୁବନେଶ୍ୱର: ସନ୍ଧ୍ୟା ସମୟରେ ବାହାରେ ବୁଲୁଥିବା ସମୟରେ କେବେ ଲକ୍ଷ୍ୟ କରିଛନ୍ତି କି, ମୁଣ୍ଡ ଉପରେ ପୁଞ୍ଜ ପୁଞ୍ଜ ହୋଇ ମଶା ମନେ ଘୁରୁଥିବା ? କେବେ ଆପଣଙ୍କ ମୁଣ୍ଡ ଉପରେ ମଧ୍ୟ ଏହି ଭଳି ମଶା ଉଡୁଥିବାର ଅନୁଭବ କରିଛନ୍ତି କି ? ମଶା ମାନେ ଏଭଳି ମୁଣ୍ଡ ଉପରେ ଉଡିବାର କାରଣ କଣ ଆପଣ ଜାଣନ୍ତି? ଯଦି ନା ତେବେ ଶେଷ ଯାଏଁ ପଢନ୍ତୁ…

ମୁଣ୍ଡ ଉପରେ ଘୁରି ବୁଲୁଥିବା ମଶା ମାନେ ସାଧାରଣତଃ ମାଈ ବା ଫିମେଲ ମଶା ହୋଇଥାନ୍ତି । ଏମାନଙ୍କୁ ମଣିଷ ଶରୀରର କିଛି ରାସାୟନିକ ତତ୍ୱ ଆକର୍ଷିତ କରିଥାଏ, ଯେଉଁଥିପାଇଁ ସେମାନେ ଏଭଳି ମଣିଷଙ୍କ ମୁଣ୍ଡ ଉପରେ ଘୁରି ବୁଲିଥାନ୍ତି ।

ଏଭଳି ମଶାଙ୍କୁ କାର୍ବନ ଡାଇଅକ୍ସାଇଟଡ ବହୁତ ପସନ୍ଦ ହୋଇଥାଏ । ଯେଉଁ ମଣିଷ ଦେହରୁ ଏହି ଗନ୍ଧ ନିର୍ଗତ ହେଉଥିବ, ସେମାନଙ୍କ ମୁଣ୍ଡ ଉପରେ ମଶାମାନେ ଏଭଳି ପୁଞ୍ଜ ପୁଞ୍ଜ ହୋଇ ଘୁରି ବୁଲୁଥିବା ଦେଖାଯାଏ ।

ମଣିଷ ଦେହରୁ ବାହାରୁଥିବା ଝାଳ ବାସ୍ନା ପାଇଁ ମଧ୍ୟ ଏମାନେ ମଣିଷ ଆଡକୁ ଆକର୍ଷିତ ହୋଇଥାନ୍ତି। ତେବେ ସେମାନେ ଦଳଦଳ ହୋଇ ମୁଣ୍ଡ ଉପରେ ଉଡୁଥିଲେ ବି କାମୁଡି ନଥାନ୍ତି। ମୁଣ୍ଡ ଚୁଟିରେ ଝାଳ ବୋହି ସୁଖି ଯିବା ପରେ ହେଉଥିବା ବାସ୍ନା ଯୋଗୁ ମଶାମନେ ମୁଣ୍ଡ ଉପରେ ଘୁରି ବିରକ୍ତ କରିଥାନ୍ତି।

ବାସ୍ତବରେ ମୁଣ୍ଡରୁ ସେତେବେଳେ ଅକ୍ଟୋନେଲ ନାମକ ଏକ ରସାୟନର ବାସ୍ନା ବାହାରୁଥିବାରୁ ସେମାନେ ବାସ୍ନାରେ ଆମ ଆଡକୁ ଆକର୍ଷିତ ହୋଇ ଆସନ୍ତି।

Leave A Reply

Your email address will not be published.