Latest Odisha News

ଏ କେଉଁ ପଡ଼ୋଶୀ ହିନ୍ଦୁ ରାଷ୍ଟ୍ର ଯେଉଁଠି ଅଧିକ ଭାରତୀୟ ଜେଲରେ ବନ୍ଦୀ, ସାମ୍ନାକୁ ଆସିଲା ଚମକାଇଲା ଭଳି ତଥ୍ୟ

ନୂଆଦିଲ୍ଲୀ: ନିକଟରେ କତାର ଅଦାଲତ ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ ସେନାଙ୍କୁ ଆଜୀବନ କାରାଦଣ୍ଡକୁ ବଦଳାଇ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଏହି ଘଟଣାକୁ ନେଇ ଭାରତ ସରକାର ସେଠାରେ ଆଇନଗତ ଲଢ଼େଇ ଲଢ଼ିଥିଲେ। ଯାହା ପୂରା ଦେଶରେ ଖୁବ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଏହିପରି ଅନେକ ଲୋକ ଏବେ ବିଭିନ୍ନ ଦେଶରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ତାଜୁବ କରାଇଛି। ରିପୋର୍ଟ ଅନୁସାରେ ପ୍ରାୟ 86 ଦେଶର 10152 ଭାରତୀୟ ନାଗରିକ ଜେଲରେ ରହିଛନ୍ତି।

ସର୍ବାଧିକ ଭାରତୀୟ ମଧ୍ୟପ୍ରାଚ୍ୟ ଓ ଏସୀୟ ଦେଶଗୁଡ଼ିକରେ କାରାଦଣ୍ଡ କାଟୁଛନ୍ତି। ସାଉଦି ଆରବର ବିଭିନ୍ନ ଜିଲ୍ଲାରେ ସର୍ବାଧିକ 2633 ଭାରତୀୟ ନାଗରିକ ଜେଲରେ ସଜା କାଟୁଛନ୍ତି। ସେହିଭଳି ସଂଯୁକ୍ତ ଆରବର ବିଭିନ୍ନ ଜିଲ୍ଲାରେ 2518 ଭାରତୀୟ ନାଗରିକ ଜେଲରେ ରହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଆମ ପଡ଼ୋଶୀ ଦେଶ ନେପାଳର ବିଭିନ୍ନ ଜିଲ୍ଲାରେ 1317 ଜଣ ଭାରତୀୟ ନଗରିକ ଜେଲରେ ସଜା କାଟୁଛନ୍ତି। ସେହିଭଳି ଯଦି ଆମେ ଏସୀୟ ଦେଶଗୁଡ଼ିକର କଥା କହିବା ତେବେ କତାରର ବିଭିନ୍ନ ଜେଲରେ 611 ଜଣ ଭାରତୀୟ ସଜା କାଟୁଛନ୍ତି। କ୍ୱେତରେ 387 ଜଣ, ମାଲେସିଆରେ 338, ବହରିନରେ 181 ଏବଂ ଓମାନରେ 148 ଜଣ ଭାରତୀୟ ନାଗରିକ ଜେଲରେ ସଜା କାଟୁଛନ୍ତି।

ନେପାଳ ଓ ସାର୍କ ଦେଶଗୁଡ଼କର ଜେଲରେ ସଜା କାଟୁଥିବା ଭାରୀୟଙ୍କ ତଥ୍ୟ ଦେଖିଲେ ଆଶ୍ଚର୍ଯ୍ୟ କରାଇବ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ କେବଳ 266 ଜଣ ଭାରତୀୟ ଜେଲରେ ସଜା କାଟୁଛନ୍ତି। ସେହିଭଳି ନେପାଳ ସହ ଭାରତର ଭଲ ସମ୍ପର୍କ ରହିଥିଲେ ମଧ୍ୟ ସେଠାରେ ସବୁଠାରୁ ଅଧିକ ଭାରତୀୟ ଜେଲରେ ସଜା କାଟୁଛନ୍ତି। ଆହୁରି ଅଧିକ ଆଶ୍ଚର୍ଯ୍ୟ କରାଇଛି ଯେ ନେପାଳରେ ବନ୍ଦୀ ଭରତୀୟଙ୍କ ମଧ୍ୟ 300 ମହିଳା ଜେଲରେ ରହିଛନ୍ତି।

Comments are closed.